କ୍ରୀଡା

ହକି ବିଶ୍ୱକପ : ଚିଲି ବିପକ୍ଷରେ ମାଲେସିଆର ସଂଘର୍ଷପୂର୍ଣ୍ଣ ବିଜୟ

ରାଉରକେଲା – ହକି ବିଶ୍ୱକପରେ ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମାଲେସିଆ ଚିଲି ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ‘ସି’ ର ମ୍ୟାଚରେ ନିଜର ପ୍ରଥମ ବିଶ୍ୱକପ ଖେଳୁଥିବା ଚିଲି ପ୍ରଥମେ ଗୋଲ ସ୍କୋର କରିଥିଲା । ମ୍ୟାଚର ୧୯ତମ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରରୁ ଗୋଲରେ ପରିଣତ କରି ଚିଲିକୁ ଆଗୁଆ କରିଥିଲେ ଆମୋରସ ଜୁଆନ । କିନ୍ତୁ ୨୫ ତମ ମିନିଟରେ ଏକ ପେନାଲଟି ଷ୍ଟ୍ରୋକରୁ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ ମାଲେସିଆର ରହିମ ରାଜି। ୨୮ ତମ ମିନିଟରେ ରୋଡ୍ରିଗଜ ମାର୍ଟିନ ଗୋଲ ଦେଇ ଚିଲିକୁ ଆଗୁଆ କରିଥିଲେ। କିନ୍ତୁ ମାଲେସିଆ ପକ୍ଷରୁ ଖେଳର ୪୦ ତମ ମିନିଟରେ ହମସାନି ଆସ୍ରନ ଓ ୪୧ ତମ ମିନିଟରେ ସୁମାନ୍ତ୍ରି ନୋରସିଆଫିକ ଗୋଲ ଦେଇଥିଲେ । ୩-୨ରେ ବିଜୟୀ ହୋଇଥିଲା ମାଲେସିଆ। ଉଭୟ ଚିଲି ଓ ମାଲେସିଆ ନିଜ ନିଜର ପ୍ରଥମ ଗ୍ରୁପ ମ୍ୟାଚରେ ପରାସ୍ତ ହୋଇଥିଲେ। ଚିଲି ନ୍ୟୁଜିଲାଣ୍ଡ ଠାରୁ ଓ ମାଲେସିଆ ନେଦରଲ୍ୟାଣ୍ଡସରୁ ହାରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button