ମନୋରଞ୍ଜନ

ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି କଳ୍କୀ , ପଛରେ ପଡ଼ିଲା ଜୱାନ..

ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘କଲ୍କି ୨୮୯୮AD’ । ରିଲିଜ ହେବା ଦିନରୁ ଫିଲ୍ମ ଦର୍ଶକଙ୍କ ମନ ଜିତିଆସୁଥିବା ବେଳେ ଏବେ  ଫିଲ୍ମ ବମ୍ପର କଲେକ୍ସନ ମଧ୍ୟ କରୁଛି । ବର୍ତ୍ତମାନ ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରିଛି । ଫିଲ୍ମ ଭାରତରେ ମୋଟ ୫୦୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବିଶ୍ୱରେ ୯୦୦ କୋଟି ପାର୍ କରି ସଫଳତା ହାସଲ କରିଛି ।  ‘ବାହୁବଳୀ ୨’, ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ପରେ ୫୦୦ କୋଟି କ୍ଲବ୍‌ରେ ପ୍ରବେଶ କରିବାରେ ‘କଳ୍‌କୀ ୨୮୯୮ ଏଡି’ ଚତୁର୍ଥ ଭାରତୀୟ ଦ୍ରୁତତମ ଚଳଚ୍ଚିତ୍ର ହୋଇପାରିଛି।

ପୂର୍ବରୁ ‘ବାହୁବଳୀ ୨’ ମାତ୍ର ୭ ଦିନରେ ୫୦୦ କୋଟି କ୍ଲବ୍‌ରେ ପହଞ୍ଚିଥିବାବେଳେ ଉଭୟ ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ମାତ୍ର ୮ ଦିନରେ ଦେଶବ୍ୟାପୀ ୫୦୦ କୋଟିର ବ୍ୟବସାୟ କରିପାରିଥିଲେ। ତେବେ ଶାହରୁଖ୍‌ ଖାନ୍‌ଙ୍କ ‘ଜଓ୍ବାନ’ ଫିଲ୍ମ ୧୩ ଦିନ ଓ ରଣବୀର କପୁରଙ୍କ ‘ଆନିମଲ’ ଫିଲ୍ମ ୧୬ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରିଥିବାବେଳେ ଏବେ ଏହି ୨ ଫିଲ୍ମର ରେକର୍ଡକୁ ‘କଳ୍‌କୀ ୨୮୯୮ ଏଡି’ ଭାଙ୍ଗିବାରେ ସଫଳ ହୋଇଛି। ରବିବାର ରିଲିଜ୍‌ ହେବାର ୧୧ ତମ ଦିନରେ ଏହି ଫିଲ୍ମ ୪୪.୩ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ସମୁଦାୟ ବକ୍ସ ଅଫିସ କଲେକ୍ସନ ୫୧୦ କୋଟିରେ ପହଞ୍ଚିଛି।

Related Articles

Leave a Reply

Your email address will not be published. Required fields are marked *

Back to top button