ମନୋରଞ୍ଜନ

ଅରବାଜ ଖାନ୍ ଓ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସମ୍ପର୍କକୁ ନେଇ ବିଟାଉନ୍ ରେ ଚର୍ଚ୍ଚା

ମୁମ୍ଵାଇ: ଅରବାଜ ଖାନ ଓ ଜର୍ଜିଆ ଆଣ୍ଡ୍ରିଆନିଙ୍କ ଲଭ୍ ଲାଇଫକୁ ନେଇ ବିଟାଉନ୍‌ ରେ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଦୁହିଁଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛି । ତେବେ ଅରବାଜ ଏକ ସାକ୍ଷାତକାରରେ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହ ତାଙ୍କ ବୟସ ବ୍ୟବଧାନ ବିଷୟରେ କହିଥିଲେ । କହିବାକୁ ଗଲେ ଅରବାଜ୍-ଜର୍ଜିଆ ମଧ୍ୟରେ ପ୍ରାୟ ୨୨ ବର୍ଷର ବୟସ ବ୍ୟବଧାନ ଅଛି । ଅରବାଜ ଖାନଙ୍କୁ ୫୫ ବର୍ଷ ହୋଇଥିବାବେଳେ ଜର୍ଜିଆକୁ ୩୩ ବର୍ଷ । ବୟସ ବ୍ୟବଧାନ ହେତୁ ଏହି ଦୁଇଜଣ ପ୍ରାୟତ ସମୟ ଟ୍ରୋଲର ଟାର୍ଗେଟର ସମ୍ମୁଖୀନ ହେଉଛନ୍ତି ।

ବର୍ତ୍ତମାନ ଅରବାଜ ନିଜେ ଏହି ବିଷୟରେ ଆଗକୁ ଆସି ଏହାର କାରଣ କହିଛନ୍ତି “ଆମ ମଧ୍ୟରେ ବହୁତ ବୟସ ବ୍ୟବଧାନ ଅଛି, କିନ୍ତୁ ଆମ ମଧ୍ୟରୁ କେହି ଏହାକୁ ଅନୁଭବ କରି ନାହୁଁ। କିନ୍ତୁ ଯେତେବେଳେ ତୁମେ କୌଣସି ସମ୍ପର୍କରେ ପ୍ରବେଶ କର, ଆଗକୁ କଣ ଘଟିବ ତାହା ଦେଖ ନାହିଁ କିନ୍ତୁ ତୁମେ ଯେତେ ଅଧିକ ସମୟ ରହିବ, ସେତେ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ବର୍ତ୍ତମାନ ଏହି ବିଷୟରେ କହିବ ଠିକ୍‌ ହେବ ନାହିଁ । କହିବାକୁ ଗଲେଯେ ଜର୍ଜିଆ ସହିତ ଡେଟିଂ କରିବା ପୂର୍ବରୁ ଅରବାଜ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧୫-୧୬ ବର୍ଷ ପରେ, ସେମାନଙ୍କ ମଧ୍ୟରେ ମତଭେଦ ଖବର ଆସିବାକୁ ଲାଗିଲା ଏବଂ ଶେଷରେ ଏହି ସମ୍ପର୍କ ୨୦୧୭ରେ ଭାଙ୍ଗିଗଲା। ଉଭୟଙ୍କର ଅରହାନ୍ ନାମକ ଏକ ପୁଅ ଅଛି। ଦୁହେଁ ନିଜ ପୁଅ ପାଇଁ ଏକାଠି ହୁଅନ୍ତି। ହେଲେ ଉଭୟ ବ୍ୟକ୍ତିଗତ ଭାବରେ ଆଗକୁ ବଢିସାରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button