କ୍ରୀଡା

କୁସ୍ତି ସଂଘ ବିବାଦ: ମେରୀକମଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ସରକାର ଏକ ପାଞ୍ଚ ଜଣିଆ ମନିଟରିଂ କମିଟି ଗଠନ କରିଛନ୍ତି । ଛଅ ଥରର ବିଶ୍ୱ ଚାମ୍ପିଅନ୍ ମହିଳା ବକ୍ସର ଏମସି ମେରୀକମ ଏହି କମିଟିର ନେତୃତ୍ୱ ନେବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଏହି ଘୋଷଣା କରିଛନ୍ତି।

ଏହି ମନିଟରିଂ କମିଟିର ଅନ୍ୟ ସଦସ୍ୟମାନେ ହେଲେ ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ୍ ଖେଳାଳି ତଥା ମିଶନ୍ ଅଲିମ୍ପିକ୍ ସେଲ୍ ସଦସ୍ୟ ତୃପ୍ତି ମୁର୍ଗୁଣ୍ଡେ, ପୂର୍ବତନ ଟପ୍ସ ସିଇଓ ରାଜାଗୋପାଲନ୍ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଧିକା ଶ୍ରୀମନ। ଚାରି ସପ୍ତାହ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବ ବୋଲି ଅନୁରାଗ ଠାକୁର କହିଛନ୍ତି ‌। ଆଗାମୀ ଏକ ମାସ ପାଇଁ କମିଟି ଡବ୍ଲୁଏଫ୍ଆଇର ଦୈନନ୍ଦିନ କାର୍ଯ୍ୟର ତଦାରଖ କରିବ |

ଅନ୍ୟପକ୍ଷରେ ବ୍ରଜ ଭୁଶାନ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଆଣିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟରେ ବିକି ନାମକ ଜଣେ ବ୍ୟକ୍ତି ପିଟିସନ ଦାୟର କରିଛନ୍ତି । ତେବେ ତାଙ୍କ ତରଫରୁ ଏହି ଆବେଦନ କରାଯାଇଥିବା ବ୍ରଜ ଭୂଷଣ ଶରଣ ସିଂହ ଖଣ୍ଡନ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button