ସ୍ୱାସ୍ଥ୍ୟ

ପକେଟରେ ମୋବାଇଲ ରଖିଲେ ହୋଇଯିବ ସ୍ପର୍ମ କାଉଣ୍ଟକୁ କମ୍, ଛୁଆ ଜନ୍ମରେ ହେଉଛି ସମସ୍ୟା, ଜାଣନ୍ତୁ ପୁରା ଖବର

କଣ ଆପଣ ଜାଣନ୍ତି କି ପକେଟ୍ ରେ ମୋବାଇଲ୍ ଫୋନ୍ ରଖିବା ହେତୁ ଆପଣ ବଞ୍ଚିତ ହୋଇ ପାରନ୍ତି ସନ୍ତାନ ଜନ୍ମରୁ । ଏପରି ଆମେ କହୁ ନାହୁଁ । ଏପରି ଏକ ତଥ୍ୟର ସନ୍ଧାନ କରିଛି ସୁଇଜରଲାଣ୍ଡ୍ ର ଏକ ବିଶ୍ଵ ବିଦ୍ୟାଳୟ । ବିଶ୍ଵ ବିଦ୍ୟାଳୟର ଅନୁସନ୍ଧାନରୁ ଜଣା ପଡିଛି ଯେ , ଯେଉଁ ବ୍ୟକ୍ତି ମାନେ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ଠାରେ ସ୍ପର୍ମ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ମୋ

ମୋବାଇଲ୍ ଫୋନ୍ ର ବ୍ୟବହାର ଦ୍ୱାରା କିପରି ବର୍ତ୍ତମାନ ମାନବ ସମାଜ ବିଭିନ୍ନ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ତ ଆପଣ ମାନେ ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି । ହେଲେ ନିକଟରେ ସୁଇଜରଲ୍ୟାଣ୍ଡର ଏକ ରିସର୍ଚ୍ଚରୁ ଯାହା ଜଣା ପଡିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିସର୍ଚ୍ଚର କହିବା ଅନୁସାରେ , ବର୍ତ୍ତମାନ ପୁରୁଷଙ୍କ ଠାରେ ସ୍ପର୍ମର ସଂଖ୍ୟାରେ ହ୍ରାସ ଦେଖା ଦେବାରେ ଲାଗିଛି । ଯାହାକି ଭବିଷ୍ୟତରେ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସୃଷ୍ଟି କରି ପାରେ । ସ୍ପର୍ମ ସଂଖ୍ୟା ହ୍ରାସ ସନ୍ତାନ ହାନିର ଏକ ମୁଖ୍ୟ କାରଣ ଅଟେ । ତେବେ ରିସର୍ଚ୍ଚ

ରୁ ଜଣା ପଡିଛି ଯେ , ସ୍ପର୍ମ ସଂଖ୍ୟା ହ୍ରାସର କାରଣ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କିମ୍ବା ଅନେକ ସମୟ ଧରି ଫୋନ୍ କୁ ପକେଟ୍ ରେ ରଖିବା ଦ୍ୱାରା ମଧ୍ୟ ହୋଇପାରେ ।

ତେବେ ଏହି ରିସର୍ଚ୍ଚକୁ ନେଇ ସମ୍ପୂର୍ଣ ସ୍ପଷ୍ଟତା ମିଳି ପାରି ନ ଥିଲେ ମଧ୍ୟ ସନ୍ଦେହ ଅନେକ ମାତ୍ରାରେ ସତ ହୋଇ ପାରେ ବୋଲି ବୈଜ୍ଞାନିକ ମାନେ ବିଶ୍ୱାସ କରୁଛନ୍ତି । ତେବେ ଏ ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button