ମା’ ଆଣିଲା କୋର୍ଟ ଅର୍ଡର ,କହିଲା ପୁଅ-ବୋହୂ ମୋ ଘରୁ ବାହାର : ଜାଣନ୍ତୁ ପୁରା ଘଟଣା
ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ମାଆ ଗୋଡ ତଳେ ପୁଅ ବସିଛି ମାଆ ପାଦକୁ ଧରୁଛି ପୁଣି ହାତକୁ ଧରି ନେହୁରା ହେଉଛି ।
ପୁଅ ବାରମ୍ବାର କ୍ଷମା ମାଗୁଛି ହେଲେ ମାଆର ମନ ମାନୁନି କି ସେ ପୁଅକୁ କ୍ଷମା କରୁନି ଖାଲି ଗୋଟିଏ କଥା କହୁଛି ତୁ ମୋତେ କିଛି କହନି ତୁ ମୋତେ ବହୁତ କଷ୍ଟ ଦେଇଛୁ ତୁ ଏ ଘରୁ ବାହାରିଯା । ଦର୍ଶକ ବନ୍ଧୁ ଏ ଦୃଶ୍ୟ ଦେଖିଲେ ଆପଣ ମାନେ ବି କିଛି ବୁଝି ପାରୁ ନଥିବେ । ଆଉ ପଚାରୁ ଥିବେ ଘଟଣା କଣ । ଯେଉଁ ପୁଅକୁ ଛୋଟରୁ ବଡ କରି ଏ ଦୁନିଆ ଦେଖେଇ ଥିଲା ଆଜି ସେହି ପୁଅକୁ ଘରୁ ବାହାର କରିଦେବା ପାଇଁ କୋର୍ଟରୁ ଅର୍ଡର ଆଣିଛି ମାଆ ।
ସେ ନିଷ୍ପତ୍ତି ନେଇ ସାରିଛି ପୁଅ-ବୋହୂ ଘରୁ ବାହାରିବେ ଆଉ ଶେଷ ସମୟରେ ସେ ଶାନ୍ତିରେ ନିଶ୍ଵାସ ନେବ । ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି କଟକ ଆଠଗଡ ରମ୍ପେଇ ଗ୍ରାମର । ଆଉ ଏ ଘର ରହିଛି ଲଳିତା ନାୟକଙ୍କର । ଦୁଇ ପୁଅ, ବୋହୂ ଆଉ ନାତି ନାତୁଣୀଙ୍କୁ ନେଇ ବେସ ହସ ଖୁସିରେ ଚାଲି ଥିଲା ପରିବାର । ବଡ ପୁଅ କାଳନ୍ଦି ଆଉ ବୋହୂ ସୁଚରିତାଙ୍କ ସହ ଲଳିତା ଏହି ଘରେ ରହୁଥିଲେ ।
ହେଲେ ପୁଅ-ବୋହୂଙ୍କ ଅତ୍ୟାଚାରରେ ଲଳିତା ଅତିଷ୍ଠ ହୋଇ ସେମାନଙ୍କ ସହ ନରହିବାକୁ ନିଷ୍ପତ୍ତି ନେଲେ । ଆଉ ସେପଟେ ପୁଅ-ବୋହୂଙ୍କ କଥା କଥା ଯୌତୁକ ପାଇଁ ମାଆଙ୍କ ମନରେ ଏବେ ବି ଅସନ୍ତୋଷ ରହିଛି ।
ତେଣୁ ଘରେ ଅସନ୍ତୋଷ ଲାଗି ରହିଛି । ତେବେ ଏହାରି ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାଳନ୍ଦି ଆଉ ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିବା ପାଇଁ ପୋଲିସ ଟିମ ଆଉ ତହସିଲଦାର ପହଞ୍ଚି ଥିଲେ । ହେଲେ ଝିଅ ପରୀକ୍ଷା ଥିବାରୁ ମାଆଙ୍କୁ 15 ଦିନର ସମୟ ମାଗିଛନ୍ତ କାଳନ୍ଦି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।