ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲା ସ୍ତ୍ରୀ! ପ୍ରେମିକ ସହିତ ବିବାହ କରାଇଦେଲା ସ୍ୱାମୀ, ଜାଣନ୍ତୁ ପୁରା ଘଟଣା

୯୦ ଦଶକର ହିଟ୍ ଚଳଚିତ୍ର ‘ହମ ଦିଲ୍ ଦେ ଚୁକେ ସନମ’ ପ୍ରାୟ ସମସ୍ତେ ଥରେ ନିଶ୍ଚିତ ଦେଖିଥିବେ। ସେତେବେଳର ଏହି ଚଳଚିତ୍ରଟି ନିଜର ଗୀତ ଗୁଡିକ ପାଇଁ ଯେତିକି ଲୋକପ୍ରିୟ ଥିଲା ଏହାର କାହାଣୀ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା। ତ୍ରିକୋଣୀୟ ପ୍ରେମ କାହାଣୀରେ ଐଶ୍ୱର୍ଯ୍ୟା ରାୟଙ୍କୁ ଅଜୟ ଦେବଗନ ବିବାହ କରିଥିଲେ ହେଁ ପରେ ପ୍ରେମିକ ସଲମାନଙ୍କ ହାତରେ ନିଜ ସ୍ତ୍ରୀକୁ ଟେକି ଦେଇଥିଲେ।
ଅବିକଳ ସେହିପରି ଏକ ଘଟଣା ବିହାର ସ୍ଥିତ ନୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଏଠାରେ ବିବାହିତା ଜଣେ ମହିଳାଙ୍କୁ ଦେଖା କରିବା ପାଇଁ ତାଙ୍କ ପ୍ରେମିକ ରାତିଅଧରେ ଶ୍ବଶୁରଘରେ ପଶିଥିଲେ। କିନ୍ତୁ, ଦୁର୍ଭାଗ୍ୟବଶତଃ ସେମାନଙ୍କୁ ତାଙ୍କ ଶାଶୂଘର ଲୋକେ ଘଟଣାସ୍ଥଳରେ ହିଁ ଧରି ନେଇଥିଲେ। ଯାହାପରେ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଏବଂ ତା ପ୍ରେମିକର ଆଉଥରେ ବିବାହ କରାଇ ଦେଇଥିଲେ।
ଖବର ମୁତାବକ ଘଟଣା ଦିନ ରାତିରେ ସ୍ୱାମୀ ନଥିବା ଜାଣି ପ୍ରେମିକ ପ୍ରବର ଯୁବକ ଜଣକ ମହିଳାଙ୍କ ରୁମ୍ ଭିତରକୁ ପଶି ଆସିଥିଲା। ଉଭୟେ ଅସଞ୍ଜତ ଅବସ୍ଥାରେ ରହିଥିବା ବେଳେ ଶାଶୂଘର ଲୋକେ ସେମାନଙ୍କୁ ଧରି ପକାଇଥିଲେ। ତା ପରେ ଯୁବକ ଜଣଙ୍କୁ ଖୁବ୍ ଉତ୍ତମ ମଧ୍ୟମ ଦେଇଥିବା ମଧ୍ୟ କୁହାଯାଉଛି। କିନ୍ତୁ, ମହିଳାଙ୍କ ସ୍ୱାମୀ ଏହି ଖବର ପାଇବା କ୍ଷଣି ପରଦିନ ନିଜ ସ୍ତ୍ରୀର ତା ପ୍ରେମିକ ସହିତ ବିବାହ କରାଇ ଦେଇଥିଲେ। ମିଳିଥିବା ସୂଚନା ଅନୁଯାଇ ପ୍ରେମିକ ମଧ୍ୟ ବିବାହିତ ଏବଂ ତାଙ୍କର ୩ଟି ସନ୍ତାନ ରହିଛନ୍ତି।