ସ୍ୱାସ୍ଥ୍ୟ
କାହିଁକି ପାଦ ହଠାତ୍ ହୋଇଯାଏ ଝିମଝିମ୍ ଦେଖନ୍ତୁ ଏହାର କାରଣ ଏବଂ ନିରା କରଣ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବେଳେବେଳେ ଆମ ହାତ ଗୋଡ଼ ଝିମଝିମ କିମ୍ବା ବଧିର ହୋଇ ଯାଏ। ଏହା ଏକ ସାମାନ୍ୟ କଥା କିନ୍ତୁ ଏହା ବାରମ୍ବାର ହେଲେ ବହୁତ ବଡ଼ ସମସ୍ୟା ଦେଖାଯିବ। ଏହା କୌଣସି ଗମ୍ଭୀର ରୋଗ ର ଲକ୍ଷଣ ହୋଇ ପାରେ। ତେଣୁ ଏଥି ପ୍ରତି ସମୟ ଥାଉ ଥାଉ ଧ୍ୟାନ ଦେବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ହାତ ଗୋଡ଼ ପାଦ ରେ ହେଉଥିବା ହଠାତ ଝିମଝିମ କୁ କିପରି ରୋକି ପାରିବେ ଏବଂ ଏହା ହେବାର କାରଣ ମଧ୍ୟ ଜାଣି ପାରିବେ।
ଏହି ସମସ୍ୟା ସାଧାରତଃ ଡାଇବେଟିସରେ ପୀଡିତ ଥିବା ବ୍ୟକ୍ତିମାନଙ୍କ ପାଖରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ, ଏହା ସହିତ ଯଦି କୌଣସି ଅଧିକ ଦିନ ଡ୍ରଗ କଣ୍ଟୀନୁ୍ୟୁ କରୁଥାଏ ତେବେ ଏହା କାରଣରୁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ।
ଯଦି ବ୍ୟକ୍ତି ଥାଇରଏଡ଼ ରୋଗରେ ପୀଡିତ ରହିଥାଏ ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ପେରିଫେରାଲ ନ୍ୟୁରୋପାଥି ଭଳି ସମସ୍ୟା ଦେଖା ଦେଇଥାଏ। ଯଦି ବ୍ୟକ୍ତିର ଶରୀରରେ ଭିଟାମିନ ଅଭାବ ହୋଇଥାଏ ତେବେ ସେହି କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।
ଏହି ନ୍ୟୁରୋପାଥି ଜନିତ ସମସ୍ୟା ଥିଲେ ବ୍ୟକ୍ତି ପାଖରେ ଗୋଡ଼ ହାତ ଅଧିକ ସମୟ ଝିମ ଝିମ ହେବା ପରି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଏହା ସହିତ ଅଧିକ ସମୟ ଛୁଞ୍ଚି ଫୁଡିଲା ପରି ଲାଗିବା ସହିତ ଜଳପୁଡ଼ା ପରି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ,
ବେଳେ ଶରୀର ଅନେକ ସ୍ଥାନରେ ଏହି ସମସ୍ୟା କାରଣରୁ ବଧିର କିମ୍ବା କାଲୁଆ ହେବା ଭଳି ଲାଗିଥାଏ। ପ୍ରଥମେ ପେରିଫେରାଲ ନ୍ୟୁରୋପାଥିର ପ୍ରକୃତ କାରଣ ଖୋଜି ବାହାର କରିବା ସହିତ ସେହି କାରଣକୁ ପ୍ରଥମେ ଚିକିତ୍ସ କରିବା ନିହାତି ଆବଶ୍ୟକ।
ଏହାସହିତ ଆପଣ ଜଣେ ଭଲ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ନିହାତି ଆବଶ୍ୟକ। ଏହା ସହିତ ଆପଣଙ୍କ ପାଖରେ ଯଦି ଏହି ସମସ୍ୟା ଦେଖିବାକୁ ମିଳିଥାଏ ତେବେ ଆପଣ ଏଥିପାଇଁ ନିଜର ଖାଦ୍ୟ ପେୟରେ ପରିବର୍ତନ କରିବା ସହିତ ପ୍ରତ୍ୟେକ ଦିନ ଏକ୍ସସାରସାଇଜ କରିବା ଦ୍ଵାରା ମଧ୍ୟ ଆପଣଙ୍କ ନର୍ଭ ଠିକ ହୋଇଯାଏ। ଏହା ସହିତ ଆପଣଙ୍କ ନର୍ଭ ମଧ୍ୟ ଦୁର୍ବଳ ହୋଇନଥଏ, ଆପଣ ନିଜ ଶରୀର ଯତ୍ନ ନିଜେ ନେବା ନିହାତି ଆବଶ୍ୟକ ଅଟେ।