ରାଶିଫଳ

ଆଜି ଶୁଭ ଯୋଗ ସହିତ ଉତ୍ପନ୍ନ ହେଉଛି ଅଶୁଭ ଯୋଗ , ପାଞ୍ଚଟି ରାଶିର ଭାଗ୍ୟ ଚମକିବ, ଦୁଇଟି ରାଶିର ଲୋକେ ରହିବେ ସତର୍କ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ଆକାଶମଣ୍ଡଳରେ ଅନେକ ଯୋଗ ନିର୍ମାଣ ହୋଇଥାଏ, ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ। ମନୁଷ୍ୟକୁ କିପରି ଫଳ ପ୍ରାପ୍ତ ହେବ ? ଏହି ରାଶିରେ ଏହାର ସ୍ଥିତି ଉପରେ ନିର୍ଭର କରିଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଆଜି ଗଣ୍ଡ ନାମର ଅଶୁଭ ଯୋଗ ବନିବାକୁ ଯାଉଛି, ଏହାପରେ ବୃଦ୍ଧି ନାମକ ଶୁଭ ଯୁଗ ସୃଷ୍ଟି ହେବାକୁ ଯାଉଛି। ଏହି ଦୁଇଟି ଯୋଗର ପ୍ରଭାବ ସବୁ ରାଶି ଉପରେ ପଡ଼ିବ। କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା ସେହି ବିଷୟରେ।ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

ମେଷ ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ପ୍ରଭାବ ରହିବ। ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଧର୍ମ କର୍ମ ପ୍ରତି ଆକର୍ଷିତ ହେବେ। ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଘରର ବାତାବରଣ ସୁଖମୟ ରହିବ।

Google

ସିଂହ ରାଶିର ଲୋକଙ୍କ ଉପରେ ଶୁଭ ଯୋଗର ପ୍ରଭାବ ସକାରାତ୍ମକ ରହିବ। ଆପଣ ଆତ୍ମବିଶ୍ବାସରେ ଭରି ରହିବେ। ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଘରର ମାହୋଲ ସୁଖମୟ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ତାଳମେଳ ରଖିବେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ।

ଧନୁ ରାଶିର ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଶୁଭ ଯୋଗର ଉତ୍ତମ ପ୍ରଭାବ ଦେଖିବାକୁ ମିଳିବ । କାରବାର ରେ ଲାଭ ମିଳିବାର ଯୋଗ ରହିଛି। ବ୍ୟାପାର କ୍ଷେତ୍ରରେ ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ ଏବଂ ଭାଇ ଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

କୁମ୍ଭ ରାଶିର ଲୋକଙ୍କୁ କାରବାର ରେ ଫାଇଦା ମିଳିବ। କିଛି ମାମଲାରେ ଆପଣ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଜୀବନରେ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ଧନ ଏକତ୍ରିତ କରିବାରେ ଆପଣ ସଫଳ ରହିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଏଥିପାଇଁ ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। ଶାରୀରିକ ରୂପରେ ଥକା ଅନୁଭବ କରି ପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ପ୍ରେମ ଜୀବନ ସୁଖମୟ ରହିବ। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବ ନାହିଁ। ଆବଶ୍ୟକତା ସମୟରେ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜ ଚିନ୍ତାଧାରା ସକାରାତ୍ମକ ରହିବ। କ୍ୟାରିୟରରେ କିଛି ନୂଆ କରିବା ପାଇଁ ପ୍ରୟାସ କରି ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇ ପାରେ। ସେୟାର ବଜାରରେ ଜଡ଼ିତ ଲୋକଙ୍କୁ ହାନୀ ହେବାର ସମ୍ଭାବନା ରହିଛି। କୌଣସି ବରିଷ୍ଠ ଲୋକଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିପାରେ।

କର୍କଟ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ଆପଣଙ୍କର ପୁରୁଣା କାର୍ଯ୍ୟ ସମ୍ପନ୍ନ ହେବ। ଯଦି ଆପଣ ସକାରାତ୍ମକ ରହିବେ ତାହେଲେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟ ଭାର ବଢିପାରେ। ଅଚାନକ କୌଣସି ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ପ୍ରତି ଧ୍ୟାନ ରଖିବେ। କୋର୍ଟ କଚେରୀ ମାମଲାରେ ଦୂରେଇ ରହିବା ଆବଶ୍ୟକ।

କନ୍ୟା ରାଶିର ଲୋକଙ୍କୁ ପରିସ୍ଥିତି ଅନୁସାରେ ପରିବର୍ତ୍ତନ କରିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ଲମ୍ବା ସମୟରୁ ଚାକିରୀ ଖୋଜୁଥିବା ଲୋକଙ୍କୁ ଚାକିରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟାପାର କରୁଥିବା ଲୋକଙ୍କୁ ସଫଳତା ମିଳିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ।

ତୁଳା ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଳମ୍ବ ହୋଇପାରେ। କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ ନାହିଁ। ଆପଣ କିଛି ନୂଆ ଅନୁଭବ କରି ପାରନ୍ତି। ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀ ଙ୍କ ସହିତ ନିଜର ମନକଥା ସେୟାର କରିବେ।

ବିଛା ରାଶିର ଲୋକଙ୍କୁ ସମ୍ଭାଳି ଚାଲିବା ଉଚିତ। ଧନ ହାନୀ ହେବାର ଆଶଙ୍କା ରହିଛି। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କୁ ସମୟ ଫାଇଦା ସାବ୍ୟସ୍ତ ହେବ। ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆତ୍ମବିଶ୍ବାସ ସୁଦୃଢ ରହିବ। ବ୍ୟାପାରରେ ନିବେଶ କରିବା ଲାଭଦାୟକ ସାବ୍ୟସ୍ତ ହେବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଫିସ ରେ କୌଣସି କାର୍ଯ୍ୟ ପାଇଁ ସହଯୋଗୀଙ୍କ ଠାରୁ ସହାୟତା ପ୍ରାପ୍ତ ହେବ। ଆପଣଙ୍କୁ ନିଜ ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ପାରିବାରିକ ଆବଶ୍ୟକତା ଉପରେ ଧନ ଖର୍ଚ୍ଚ ହୋଇପାରେ। ଭବିଷ୍ୟତ ପାଇଁ ବିଚାର କରି ପାରନ୍ତି।

ମୀନ ରାଶିର ଲୋକଙ୍କୁ ଧର୍ମ କର୍ମ ପ୍ରତି ରୁଚି ବଢ଼ିବ। ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ଚାକିରୀ କ୍ଷେତ୍ରରେ ସମ୍ଭାଳି ରହିବା ଆବଶ୍ୟକ। ରଚନାତ୍ମକ କାର୍ଯ୍ୟରେ ଲାଭ ମିଳିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button