ଓଡିଶା

ଅନୁଗୁଳ ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ସରକାର ଦେଲେ ଅନୁମତି – Utkal Mail



ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି, ନୂତନ ମେଡିକାଲ କଲେଜ କାର୍ଯ୍ଯକ୍ଷମ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ ଏମସିଏଲ ବର୍ତ୍ତମାନର ନେହେରୁ ଶତାବ୍ଦୀ ହସ୍ପିଟାଲକୁ ସରକାର ନିଜ ଅଧିନକୁ ନେଉଛନ୍ତି।

ଏକ ପ୍ରସ୍ତାବକୁ ବିଚାରକୁ ନେବା ପରେ ସରକାର ଏହି ହସ୍ପିଟାଲକୁ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଭବିଷ୍ୟତର ଶିକ୍ଷାଦାନ ହସ୍ପିଟାଲ ଭାବେ କାର୍ଯ୍ୟ କରିବ।




Related Articles

Leave a Reply

Your email address will not be published. Required fields are marked *

Back to top button