ରାଶିଫଳ

ସୂର୍ଯ୍ୟ-ଶୁକ୍ରଙ୍କ ଆଶୀର୍ବାଦରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ଧନପ୍ରାପ୍ତିର ରହିଛି ଯୋଗ

Sun Venus Transit: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।

ଏହି କ୍ରମରେ ଆସନ୍ତାକାଲି ଶୁକ୍ର ଦିନ ୪ଟା ୩୯ ମିନିଟ୍ ସମୟରେ ମିଥୁନରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ସେହି ରାଶି (କର୍କଟ ରାଶି) ରେ ଜୁଲାଇ ୧୪ରେ ସୂର୍ଯ୍ୟଦେବ ଚଳନ କରିବେ।

ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ମିଳିନ ସୂର୍ଯ୍ୟ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ବିରଳ ସଂଯୋଗ ଦିର୍ଘ ୫୦୦ ବର୍ଷ ପରେ ପଡୁଛି । ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଓ ଆନନ୍ଦର କାରଣ ବୋଲି ବିବେଚନା କରାଯାଉଥିବା ବେଳେ ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଉତ୍ସ ବୋଲି କୁହାଯାଏ। ତେବେ, ଏହି ବିରଳ ସଂଯୋଗ କିଛି ରାଶିର ଭାଗ୍ୟ ଫିଟାଇବାକୁ ଯାଉଛି।

କର୍କକ- ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ ସୂର୍ଯ୍ୟ-ଶୁକ୍ରଙ୍କ ମିଳିନ। ବିଶେଷ କରି ଜୁଲାଇ ମାସରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ପୂର୍ବରୁ କରିଥିବା ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କଲେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହୋଇପାରନ୍ତି।

ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ହଠାତ୍ ଯେ-କୌଣସି ସ୍ଥାନରୁ ଟଙ୍କା ମିଳିପାରିବ। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ରିସର୍ଚ୍ଚ, ସାମ୍ବାଦିକତା ଓ କଳା କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ବହୁତ ଭଲ ରହିଛି । କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଦୂର ହେବ।

କନ୍ୟା- କନ୍ୟା ରାଶିଙ୍କୁ ଏହି ମାସରେ ମିଶ୍ରିତ ଫଳ ମିଳିବାକୁ ଯାଉଛି। ପ୍ରେମ ବ୍ୟାପାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ନୂତନ ସାଥୀ ଅନୁସନ୍ଧାନରେ ଅଛନ୍ତି । ସେମାନଙ୍କୁ ମନଲାଖି ଜୀବନସାଥୀ ମିଳିପାରେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।

ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ପୁରୁଣା ବିନିଯୋଗରୁ ଲାଭ ମିଳିପାରେ। ଆୟ ବୃଦ୍ଧି ହେବ। ଷ୍ଟକ୍ ମାର୍କେଟ୍ ରୁ ମଧ୍ୟ ଭଲ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବା ସହ ସମ୍ପର୍କ ଆହୁରି ମଜବୁତ୍ ହେବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି ।

ତୁଳା- ସୂର୍ଯ୍ୟ- ଶୁକ୍ରଙ୍କ କୃପା ମଧ୍ୟ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଦରମା ବୃଦ୍ଧି ପାଇବା ସହ ଆୟ ବଢିବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି , ସେମାନେ ଚେଷ୍ଟା ଜାରି ରଖନ୍ତୁ । ସଫଳତା ପାଇବେ। ବେକାରି ମାନେ ଚାକିରି ପାଇବେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି।

କୌଣସି ନୂଆ ବ୍ୟବସାୟ କଲେ ଦ୍ବି ଗୁଣିତ ଲାଭ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନଙ୍କ ସମ୍ପର୍କରେ ଫାଟ ଦେଖାଦେଇପାରେ। ତେଣୁ ନିଜ ଜୀବନ ସାଥୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଯାହା ଆପଣଙ୍କ ମାନିସିକ ଚାପ ବଢାଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button