ରାଜନୀତି

ରାଜଧାନୀରେ ମହିଳା କଲେ ହାଇଡ୍ରାମା , ଅଟକି ରହିଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ..

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ମହିଳା କଲେ ହାଇଡ୍ରାମା କୁ ଅଟକାଇଦେଲେ । ବିଚ୍‌ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଭିତରକୁ ପଶିଆସିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ କାବୁ କରିଥିଲେ ।

ସୂଚନାନୁଯାୟୀ ଆଜି ଭିଏସ୍‌ଏସ୍‌ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିବା ବେଳେ ରସୁଲଗଡ଼ ଓଭବ୍ରିଜ୍‌ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ ଜଣେ ମହିଳା। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୁଲିସ୍‌ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ। ପରେ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ।

ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍‌କେଡ୍‌କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ମହିଳାଙ୍କ ଏପରି କାର୍ଯ୍ୟ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button