ରାଜନୀତି

BJP ଉପରେ BJDର ନଜର , ବିଧାୟକଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ନବୀନ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶାଇ ଏଥର ବିଧାନସଭାକୁ ବିଜେଡିର ୫୧ ଜଣ ନେତା ନିର୍ବାଚିତ ହୋଇଛନ୍ତି। ସରକାରଙ୍କ ପ୍ରତିଟି ବିଭାଗ ଉପରେ ଜଣେ ଲେଖାଏଁ ବିଜେଡି ବିଧାୟକଙ୍କୁ ନଜର ରଖିବା ପାଇଁ ବିଜେଡି କରିଛି ପ୍ଲାନ। ଏମିତିକି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦୁଇ ତିନି ଜଣ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ୱ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ବାଣ୍ଟିଛନ୍ତି।

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ୱିନୀ କୁମାର ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ (ଜିଏ), ଅରୁଣ କୁମାର ସାହୁଙ୍କୁ ଜଳ ସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ପବ୍ଲିକ୍ ଏଣ୍ଟରପ୍ରାଇଜେସ ବିଭାଗ ଦାୟିତ୍ୱ ଦିଆଯାଇଛି।

ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜେନ୍ଦ୍ର ଢୋଲକିଆଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ମନୋହର ରନ୍ଧାରୀ ଓ ଯୋଗେଶ କୁମାର ସିଂହଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ବ୍ୟୋମକେଶ ରାୟଙ୍କୁ ୱାର୍କସ, ଦିବ୍ରଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ୱର ବେହେରାଙ୍କୁ ଷ୍ଟିଲ୍‌ ଓ ଖଣି, ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସନାତନ ମହାକୁଡ଼ଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମ୍‌ଏସ୍‌ଏମ୍‌ଇ, କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପ୍ରଦୀପ କୁମାର ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର, ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ଦିବ୍ୟ ରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ୱାଳଙ୍କୁ ଏସ୍‌ଏସ୍‌ଇପିଡି, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧୃବଚରଣ ସାହୁଙ୍କୁ ପର୍ଯ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସୁଶାନ୍ତ କୁମାର ରାଉତଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

Related Articles

Leave a Reply

Your email address will not be published. Required fields are marked *

Back to top button