କ୍ରୀଡା

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ନତାଶା ଛାଡିଦେଲେ ଶାଶୂଘର

ଟି୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଶଂସକଙ୍କ ମନ ପୂନର୍ବାର ଜିଣିବାରେ ସହାୟ ହୋଇଛନ୍ତି । ହାର୍ଦ୍ଦିକଙ୍କ ବୈବାହିତ ଜୀବନରେ ଏବେ ଅଶାନ୍ତି ଲାଗି ରହିଛି । ଏପରିକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିବାକୁ ଯାଉଥିବା ଆଶଙ୍କା କରାଯାଉଛି । ହାର୍ଦ୍ଦିକ ଓ ନତାଶା ଷ୍ଟାନକୋଭିଚ ଯାହା ବି କିଛି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଏବେ ଶାଶୂଘର ଛାଡିଛନ୍ତି ।

ନିକଟରେ ନତାଶା ଲଗେଜ୍‌ ବ୍ୟାଗ ସହିତ ବିମାନବନ୍ଦରରେ ନଜର ଆସିଥିଲେ। ସେ ଏକା ନୁହଁନ୍ତି ତାଙ୍କ ସାଙ୍ଗରେ ତାଙ୍କ ପୁଅ ଅଗସ୍ତ୍ୟ ମଧ୍ୟ ଥିଲେ। ତେବେ ହାର୍ଦ୍ଦିକ ଆଉ ନତାଶାଙ୍କ ମଧ୍ୟରେ କ’ଣ ହୋଇଛି? ପ୍ରଶଂସକମାନେ ଜାଣିବାକୁ ଚାହୁଁଛନ୍ତି। ଅନ୍ୟପଟେ ନତାଶା ତାଙ୍କ କ୍ରିପ୍ଟିକ ପୋଷ୍ଟ ସହିତ ଛାଡପତ୍ର ଗୁଜବକୁ ଅଣଦେଖା କରୁଥିବା ବେଳେ ହାର୍ଦ୍ଦିକ ମଧ୍ୟ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି। ଛାଡପତ୍ର ଖବର ମଧ୍ୟରେ ନତାଶାଙ୍କୁ ପୁଅ ଅଗସ୍ତ୍ୟଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ତାଙ୍କର ଏହି ଏବେ ବେଶ  ଭାଇରାଲ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button