ସ୍ୱାସ୍ଥ୍ୟ

ଅନ୍ଧ କରିବାର ଆଶଙ୍କା ବଢ଼ାଉଛି ମଧୁମେହ ଓ ମେଦବହୁଳତା ମେଡିସିନ୍

Diabetes Medicine Risk: ମଧୁମେହ ଏପରି ଏକ ରୋଗ ଯେଉଁଥିରେ ପ୍ରତିରୋଧ ସହିତ ଔଷଧ ମଧ୍ୟ ସବୁବେଳେ ଆବଶ୍ୟକ।

ଆଜିକାଲି, ସେମାଗ୍ଲୁଟାଇଡ୍ (Semaglutide) ଉପାଦାନ ମଧୁମେହ ମେଡିସିରେ ଯୋଗ କରାଯାଉଛି ଯାହାକି ବହୁତ ଲୋକପ୍ରିୟ। ଯଦି ଦେଖାଯାଏ, ଏହି ମେଡିସିନଗୁଡ଼ିକ ମଧୁମେହ ସହିତ ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଛି।

ହେଲେ ଏହି ଔଷଧଗୁଡିକର କ୍ରମାଗତ ବ୍ୟବହାର ଆପଣଙ୍କ ଦୃଷ୍ଟି ଶକ୍ତିକୁ ଦୁର୍ବଳ କରିପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଔଷଧ ମଧୁମେହ ଏବଂ ମୋଟାପଣର ଚିକିତ୍ସା ପାଇଁ ନିଆଯିବା ଦ୍ବାରା ଅନ୍ଧ ହେବାର ଆଶଙ୍କା ବଢ଼ିପାରେ।

ସେମାଗ୍ଲୁଟାଇଡର ବ୍ୟବହାର ଅନ୍ଧ ହେବାର କାରଣ ହୋଇପାରେ

ଏହି ଔଷଧରେ (ସେମାଗ୍ଲୁଟାଇଡ୍) ନାମକ ଏକ ଉପାଦାନ ମିଳିଥାଏ, ଯାହା ଅନ୍ଧ କରାଇବାର ଆଶଙ୍କାକୁ ବଢ଼ାଇଥାଏ। ଏହି ଅଧ୍ୟୟନ ପରେ, Massachusetts Eye and Ear Hospitalର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମୋଟାପଣ ଏବଂ ସୁଗାର ପାଇଁ ବ୍ୟବହୃତ ଏହି ଔଷଧରେ ସେମାଗ୍ଲୁଟାଇଡ୍‌ର ଉପସ୍ଥିତି ହେତୁ, ଏହାକୁ ଗ୍ରହଣ କରୁଥିବା ଲୋକମାନେ ଆଖି ହରାଇବା ଆଶଙ୍କା ଅର୍ଥାତ୍ ଅନ୍ୟ ଲୋକଙ୍କ ତୁଳନାରେ NAION ଚକ୍ଷୁ ଆଘାତ ହେବାର ଆଶଙ୍କା ଅଧିକ ରହିଥାଏ। ଏହା ୭ ପ୍ରତିଶତ ଅଧିକ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ NAION ଏକ ବିରଳ ଚକ୍ଷୁ ରୋଗ ଯେଉଁଥିରେ ଅପ୍ଟିକ୍ ସ୍ନାୟୁ ଦୃଷ୍ଟିହୀନତା ଦେଖାଯାଏ। ଏହି ଅବଧିରେ, ଆଖିରେ କୌଣସି ଯନ୍ତ୍ରଣା ବିନା ଦୃଷ୍ଟିଶକ୍ତି କମିବା ଆରମ୍ଭ କରେ ଏବଂ ତାପରେ ଦେଖିବା ଶକ୍ତି ସଂପୂର୍ଣ୍ଣ ବନ୍ଦ ହୋଇଯାଏ। କୁହାଯାଏ ଯେ ମସ୍ତିଷ୍କରେ ଥିବା ଅପ୍ଟିକ୍ ସ୍ନାୟୁରେ ରକ୍ତ ପ୍ରବାହ ହ୍ରାସ ହେତୁ ଏହା ଘଟିଥାଏ ଏବଂ ଏହି କାରଣରୁ ଗୋଟିଏ ଆଖିରେ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ରହିଥାଏ।

ଆସନ୍ତୁ ଜାଣିବା ଯେ ଏହି ରୋଗ ଏବେ ବି ଆରୋଗ୍ୟଜନକ କି ନୁହେଁ…

୧୨ ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରେ  ଏହା ଜଣାପଡ଼ିଛି ଯେ ଯେଉଁମାନେ ଓଜେମ୍ପିକ୍ କିମ୍ବା ଭେଗୋଭି ପରି ସେମାଗ୍ଲୁଟାଇଡ୍ ଉପାଦାନ ଧାରଣ କରିଥିବା ମେଡିସିନ୍‌ ସେବନ କରୁଛନ୍ତି, ସେମାନଙ୍କ ରକ୍ତରେ ସେମାଗ୍ଲୁଟାଇଡ୍ ପରିମାଣ ବହୁତ ଅଧିକ ରହିଥାଏ ଏବଂ ଏହା ଅପ୍ଟିକ୍ ସ୍ନାୟୁ କ୍ଷତି କରିପାରେ।

ଏଥିପାଇଁ ଗବେଷକମାନେ ୬ ବର୍ଷ ପାଇଁ ୧୭ ହଜାରରୁ ଅଧିକ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ।

ମେଦବହୁଳତା ଏବଂ ମଧୁମେହ ପାଇଁ ଏହି ଔଷଧ ଗ୍ରହଣ କରୁଥିବା ଲୋକଙ୍କୁ ଅନ୍ୟ ମେଡିସିନ୍ ଗ୍ରହଣ କରୁଥିବା ମଧୁମେହ ରୋଗୀଙ୍କଠାରୁ ପୃଥକ ଗ୍ରୁପରେ ରଖାଯାଇଥିଲା।

ଏହା ପରେ, ସେମାଗ୍ଲୁଟାଇଡ୍ ଏବଂ ଅନ୍ୟାନ୍ୟ ଔଷଧ ଗ୍ରହଣ କରୁଥିବା ଗ୍ରୁପର ରୋଗୀମାନଙ୍କୁ ତୁଳନା କରାଯାଇଥିଲା। ଏହି ତୁଳନାତ୍ମକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସେମାଗ୍ଲୁଟାଇଡ୍ ଗ୍ରହଣ କରୁଥିବା ରୋଗୀମାନେ ଅନ୍ୟ ଔଷଧ ଖାଉଥିବା ରୋଗୀଙ୍କ ଅପେକ୍ଷା NAION ହେବାର ଆଶଙ୍କା ଅଧିକ ଥାଏ।

ସେହିପରି ଦୀର୍ଘ ଦିନ ଧରି ଓଜନ ହ୍ରାସ ଏବଂ ମଧୁମେହ ମେଡିସିନରେ ସେମାଗ୍ଲୁଟାଇଡ୍ ବ୍ୟବହୃତ ହୋଇଆସୁଛି। ମଧୁମେହ-୨ର ଚିକିତ୍ସା ପାଇଁ ବିକଶିତ ସେମାଗ୍ଲୁଟାଇଡ୍, ଅନ୍ୟାନ୍ୟ ଓଷଧରେ ମଧ୍ୟ ଯୋଗ କରାଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button