ଭାରତୀୟ ୟୁଜର୍ସମାନଙ୍କ ପାଇଁ ଲାଗୁହେଲା ଟ୍ୱିଟର ଦେୟ , ମାସକୁ ଦେବାକୁ ପଡ଼ିବ ୭୧୯ ଟଙ୍କା
ନୂଆଦିଲ୍ଲୀ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ । କମ୍ପାନୀର ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ପରିବର୍ତ୍ତନ ଆଣିଛନ୍ତି ମସ୍କ । ଏନେଇ ଅନେକ ତାଙ୍କ ସହ ପ୍ରତିସଦ୍ୱନ୍ଦି ପାଲଟି ଯାଇଥିବା ବେଳେ , କିଛି ତାଙ୍କ ପକ୍ଷରେ ରହିଛନ୍ତି । ନିକଟରେ ମସ୍କ କମ୍ପାନୀରେ ଯୋଗ ଦେବାପରେ ସିଇଓ ପରାଗ ଅଗ୍ରୱାଲଙ୍କ ସହ ଶେନନ୍ ଲୁ ଏବଂ ଆଉ ୫୦ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବହିସ୍କୃତ କରିଥିଲେ । ମସ୍କ କିଛୁି ଦିନ ପୂର୍ବେ ଟ୍ୱିଟର ଆକାଉଣ୍ଟଗୁଡିକୁ ନେଇ କିଛି ପରିବର୍ତ୍ତନ କରାଇଥିଲେ । ଏହା ସହ ସେ କହିଥିଲେ ଯେ ଟ୍ୱିଟରରକୁ ମାଗଣା ବ୍ୟବହାର କରିବାର ଅଭ୍ୟାସକୁ ବଦଳାନ୍ତୁ ।
ଅନ୍ୟ ଦେଶଗୁଡିକରେ ମସ୍କ ଟ୍ୱିଟର ୟୁଜର୍ସମାନଙ୍କ ପାଇଁ ଦେୟ ଲାଗୁକରାଇଦେଇଥିବାବେଳେ । ଗତ ଗୁରୁବାର ଅର୍ଥାତ୍ କାଲି ଭାରତରେ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। କମ୍ପାନୀର ବ୍ଲ୍ୟୁ ସର୍ଭିସ ଗୁରୁବାର ଠାରୁ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ଏହି ସେବାର ଦାମ ୮ ଡଲାର ଥିବା ବେଳେ ଭାରତରେ ଏହା ଅଧିକ ମହଙ୍ଗା ରହିଛି। ଏହି ନିୟମ ଦ୍ୱାରା ବ୍ଲୁ ଟିକ୍ ଭେରିଫିକେସନ ଟ୍ୟାଗ ପାଇଁ ଜଣେ ଆକାଉଣ୍ଟଧାରୀଙ୍କୁ ମାସିକ ୭୧୯ ଟଙ୍କା ଦେବାକୁ ପଡ଼ିବ।
ଭାରତରେ ଥିବା କିଛି ଟ୍ୱିଟର ଆକାଉଣ୍ଟଧାରୀଙ୍କୁ ଟ୍ୱିଟର ବ୍ଲୁ ବ୍ୟବସ୍ଥାକୁ ସବସ୍କ୍ରାଇବ କରିବାକୁ ନୋଟିଫିକେସନ ଆସିଛି। ତେବେ କେବେଳ ଆଇଫୋନଧାରୀଙ୍କ ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପାଇଁ ଏହା ଆରମ୍ଭ ହେବ।