ମାତ୍ର 15 ଦିନ ଯାଏଁ 1 ଗ୍ଳାସ ଲେଖାଏଁ ପିଇ ନିଅନ୍ତୁ ଏହି ଚମତ୍କାରୀ ଡ୍ରିଙ୍କ, ମହମ ଭଳି ତରଳିଯିବ ପେଟର ଚର୍ବି, Dr Salim Zaidi
ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣଙ୍କ ମୋଟାପଣକୁ ମହମ ପରି ତରଳାଇ ପାରିବେ । ଏହା ଏକ ଘରୋଇ ଉପଚାର ଅଟେ । ଆଜିର ସବୁ ଠାରୁ ବଡ ସମସ୍ୟା ହେଲା ମୋଟାପଣ, ଯାହା ସାନରୁ ନେଇ ବଡ ଯାଏ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଆମେ ଖାଉଥିବା ଜଙ୍କଫୁଡ୍, ତେଲମସଲା ଜାତୀୟ ଖାଦ୍ଯ ଶରୀରରେ ଯାଇ କଲୋଷ୍ଟ୍ରୋଲକୁ ବୃଦ୍ଧି କରି ଆମକୁ ମୋଟା କରିଥାଏ ।
ଶରୀର ରେ ମୋଟାପଣ ବଢିବା ଦ୍ଵାରା ଆମେ ଅନେକ ଅସୁବିଧାର ସମୁଖୀନ ହୋଇଥାଉ । ଯେମିତିକି ସାମାନ୍ୟ କାମ କଲେ ଥକିଯାଉ, ଶରୀର ବିଭିନ୍ନ ରୋଗର ଶିକାର ହୋଇଥାଏ, ଚାଲିବା ଓ ବସିବା ସମୟରେ ଅସୁବିଧା ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ମୋଟା ହେବା ସହଜ ହୋଇଥାଏ ମାତ୍ର ସେହି ମୋଟାପାରୁ ପତଳା ହେବା ବହୁତ କଷ୍ଟ ହୋଇଥାଏ ।
ଏଥିରେ ଭିଟାମିନ, ମିନେରାଲ୍, ପ୍ରୋଟିନ ଓ ଓମେଗା -3 ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରର ପାଇଁ ବହୁତ ଉପକାରୀ ଅଟେ । ଏହା ଛଡା ଏଥିରେ solibule ଫାଇବାର ରହିଥାଏ ଯାହା ଶରୀର ମଧ୍ୟକୁ ଯାଇ ଫୁଲିଯାଇଥାଏ । ଯାହା ଦ୍ଵାରା ଆପଣଙ୍କୁ ଭୋକ କମ୍ ଲାଗିଥାଏ । ଚିଆ ସିଡ୍ସ ଆପଣଙ୍କ ମୋଟାପଣ କୁ କମେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦ୍ଵିତୀୟ ଜିନିଷ ହେଉଛି ଡାଲଚିନି । ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ ଓ ତୃତୀୟ ଜିନିଷ ହେଲା ଲେମ୍ବୁ । ଏହାସହ କିଛି କଳା ଜୀରା ମଧ୍ୟ ଆବଶ୍ୟକ ରହିଛି ।
ଏହି ଚମତ୍କାରୀ ଜୁସ୍ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଏକ ଗ୍ଳାସ ଗରମ ପାଣି । ଏଥିରେ ଦୁଇ ଚାମୁଚ ଚିଆ ସିଡ୍ସ , ଅଧା ଚାମୁଚ ଡାଲଚିନି ଗୁଣ୍ଡ, ଏକ ଚାମୁଚ ଲେମ୍ବୁ ରସ, ଅଧା ଚାମୁଚ କଳା ଜିରା ଓ ଶେଷରେ ଅଳ୍ପ ମହୁ ମିଶେଇ ଚାମୁଚ ସାହାଯ୍ୟରେ ଭଲ ଭାବରେ ଗୋଳେଇ 15- 20 ମିନିଟ୍ ପାଇଁ ଡାଙ୍କି ଛାଡି ଦେବେ ।
15 ମିନିଟ୍ ପରେ ଏହି ପାଣି କୁ ପିଇ ନେବେ ଆପଣ ଦିନକୁ ଦୁଇ ଥର ଏହାକୁ ସେବନ କରିବା ଉଚିତ୍ । ସକାଳେ ଖାଲି ପେଟ ରେ ଓ ସନ୍ଧ୍ଯା ସମୟରେ ସେବନ କରିବା ଦ୍ଵାରା ଆପଣଙ୍କ ମୋଟାପଣ ଦ୍ରୁତବେଗରେ କମିବାକୁ ଲାଗିଥାଏ । ଆପଣ ନିଶ୍ଚୟ ଏହି ଉପାୟ କୁ ଆପଣେଇ ଆପଣଙ୍କ ମୋଟାପଣକୁ କମାନ୍ତୁ ।