ରାଶିଫଳ

ପଡ଼ିବାକୁଯାଉଛି ଶନିଙ୍କ ତୃତୀୟ ଦୃଷ୍ଟି, ଏହି ତିନୋଟି ରାଶିଙ୍କ ଜୀବନର ସୃଷ୍ଟି ହୋଇପାରେ ଝଡ

ପଡ଼ିବାକୁ ଯାଉଛି ଶନିଙ୍କ ତୃତୀୟ ଦୃଷ୍ଟି । ମଙ୍ଗଳ ଗ୍ରହ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନିଜର ରାଶି । ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛି ମଙ୍ଗଳ ଗ୍ରହ । ଯାହା ଦ୍ଵାରା ୩ଟି ରାଶିର ଲୋକ ମାନଙ୍କ ଜୀବନରେ ଆସିବ ଅନେକ ପରିବର୍ତ୍ତନ । ହୁଏ ତ ସେମାନଙ୍କ ଜୀବନରେ ସୃଷ୍ଟି ହୋଇପାରେ ଝଡ଼ । n

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କର ସପ୍ତମ ଦୃଷ୍ଟି ବିଭିନ୍ନ ରାଶିର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥିବା ବେଳେ ତୃତୀୟ ଦୃଷ୍ଟି ବିଭିନ୍ନ ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

A

ତେବେ ମଙ୍ଗଳ ଯେତେ ଦିନ ପର୍ଯ୍ୟନ୍ତ ନିଜର ରାଶି ପରିବର୍ତ୍ତନ କରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଶନିଙ୍କର ଏହି ଦୃଷ୍ଟି ଲାଗି ରହିବ । ଜ୍ୟୋତିଷ ଗଣନା ଅନୁଯାୟୀ ଶନିଙ୍କର ଏହି ଦୃଷ୍ଟି ଜୁଲାଇ ୧୨ ପର୍ଯ୍ୟନ୍ତ ରହିପାରେ ।

ତେବେ ଜାଣନ୍ତୁ କେଉଁ ୩ଟି ରାଶିର ଲୋକଙ୍କ ଜୀବନରେ ଏହା ଆଣିବ ପରିବର୍ତ୍ତନ….

କର୍କଟ ରାଶି :

ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ବାଦ ବିବାଦ ଲାଗି ରହିବ । ପରିବାରରେ ଅଶାନ୍ତି ସୃଷ୍ଟି ହେବ । ଜୁଲାଇ ୧୨ ମଧ୍ୟରେ କୌଣସି ସମ୍ପତ୍ତି କିଣିବା ଶୁଭ ନ ହୋଇପାରେ । ତେଣୁ ଏହି ରାଶିର ଲୋକ ମାନଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ସତର୍କ ରହିବା ଆବଶ୍ୟକ ।

ବିଛା ରାଶି :

ବିଛା ରାଶିର ଲୋକ ମାନଙ୍କୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିପାରେ । ପୈତୃକ ସଂପତ୍ତିକୁ ନେଇ ଅନେକ ବାଦ ବିବାଦ ଦେଖା ଦେବ । ପରିବାର ଭିତରେ ଅଶାନ୍ତି ଦେଖା ଦେବ । ଭଗବାନଙ୍କ ଉପରୁ ବିଶ୍ୱାସ କମି ଯାଇପାରେ ।

ତୁଳା ରାଶି :

ଏହି ରାଶିର ଲୋକ ମାନଙ୍କ ଜୀବନରେ ମାନସିକ ଅଶାନ୍ତି ଦେଖା ଦେଇପାରେ । ଆର୍ଥିକ ସମସ୍ୟା ଉପୁଜିବା ସହିତ ପାରିବାରିକ କଳହ ସୃଷ୍ଟି ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button