ସ୍କୁଲ ଭିତରେ କାନ୍ଦ ଶୁଣି ଛାନିଆ ହେଲେ ଗ୍ରାମବାସୀ, ଆଉ ତା ପରେ ଯାହା ଦେଖିଲେ
ରାତି ହେଲେ ଗାଁ ମୁଣ୍ଡ ସ୍କୁଲ ଭିତରୁ ଶୁଭୁଚି କାନ୍ଦ ଶବ୍ଦ । ଏମିତି ଲାଗୁଛି କେହି ଛୋଟ ପିଲାଟି କାନ୍ଦୁଛି । ଆଉ ଏପଟେ ସ୍କୁଲ ବାହାରେ ଭୋକୁଛନ୍ତି ବିଲୁଆ କୁକୁର । ସେହି ସମୟରେ ସ୍କୁଲ ରାସ୍ତା ଦେଇ ଯାଇଥିଲେ କିଛି ଗାଁ ଲୋକେ । ଆଉ କାନ୍ଦ ଶବ୍ଦ ଶୁଣିବା ପରେ ଯାଇ ଦେଖିଲା ବେଳକୁ ସ୍କୁଲ ଭିତରେ ଘଟିଛି ଯାଇଛି କିଛି ଏମିତି । ସେତେବେଳେ ଥିଲା ଅନ୍ଧାର ରାତି ଗାଁ ମୁଣ୍ଡରେ ସ୍କୁଲରେ ଶୁଭିଥିଲା କାନ୍ଦ ।
ଆଉ ହଠାତ ସ୍କୁଲର ଲାଇଟ ଧପଧପ ହେବାକୁ ଲାଗିଲା । ସ୍କୁଲ ଭିତରୁ ଆସୁଥିବା କାନ୍ଦ ଶବ୍ଦ ଶୁଣି ଗାଁ ଲୋକଙ୍କ ପାଦ ସେଠାରେ ଅଟକିଗଲା । ଆଉ ଭୟରେ ସେମାନଙ୍କ ପାଟି ବନ୍ଦ ହୋଇଗଲା । ଦେହରୁ ଗମଗମ ଝାଳ ବାହାରିଆସିଲା । ସେମାନଙ୍କ ମଧ୍ୟରୁ ଜଣେ କହିଥିଲା ସ୍କୁଲ ଭିତରେ କଣ ଚାଲିଛି ଯାଇ ଦେଖି ଆସିବାକୁ । ଆଉ ସେମାନେ ଯାଇଥିଲେ ସ୍କୁଲା ଆଡକୁ ।
ସେମାନେ ସ୍କୁଲର ପାଖ ହେଲା ବେଳକୁ କାନ୍ଦ ଶବ୍ଦ ଜୋରରେ ସୁଭୂଥିଲା । ଏପଟେ କାନ୍ଦ ଶବ୍ଦ କୁ ଶୁଣି ପହଞ୍ଚି ଯାଇଥିଲେ କୋଠରି ପାଖରେ ଯାହାର ଭିତରୁ ପଟୁ ବିକଟ ଶବ୍ଦ ଆସୁଥିଲା । ଆଉ ସେମାନେ ଯାହା ଦେଖିଥିଲେ ତାହା ବିଶ୍ବାସ କରିପାରି ନ ଥିଲେ । ହଁ ଦର୍ଶକ ବନ୍ଧୁ ସେହି ସ୍କୁଲ ଭିତରେ କୌଣସି ଭୁତ ନୁହେଁ କି ମିଛି ମିଛିକା କାନ୍ଦ ଶୁଭୁ ନ ଥିଲା ବରମ ଏକ ନାବାଳକ ପିଲାଟି ରାହା ଧରି କାନ୍ଦୁଥିଲା ।
ଯାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶିକ୍ଷକ ଜଣକ ସେହି ଛାତ୍ରକୁ ସ୍କୁଲ ଛୁଟି ପରେ ତାଲା ମାରି ଚାଲିଯାଇଥିଲେ । ତେବେ ସ୍କୁଲର କିଛି ସାଙ୍ଗଙ୍କ ସହ ମାରପିଟ କରି ଛାତ୍ର ଜଣକ ଶ୍ରେଣୀ ଗୃହରେ ତଳେ ପଡିଯାଇଥିଲେ । ସାଙ୍ଗ ଏମାନେ କାହାକୁ କିଛି ନ ଜାଣି ସ୍କୁଲ ଛୁଟି ପରେ ଘରକୁ ପଳାଇଥିଲେ । ଚେତା ଫେରିବା ପରେ ଛାତ୍ରଙ୍କ ପାଟି ଶୁଣିବା ପରେ ଗାଁ ଲୋକେ ତାଙ୍କୁ ଉଧାର କରିଥିଲେ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଇଶିଙ୍ଗା ଥାନା ଅନ୍ତର୍ଗତ କୁରାଢିକ ଗାଁ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଯାହା ଫଳରେ ଏହି ଘଟଣାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଛାତ୍ର ଜଣକ ତୃତୀୟ ଶ୍ରେଣିରେ ପାଠ ପଢନ୍ତି । ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ 3 ସାଙ୍ଗଙ୍କ ମଧ୍ୟରେ ଝଗଡା ଓ ମାରପିଟ ହୋଇଥିଲା ।
ସେଥିପାଇଁ ଛାତ୍ର ଜଣକ ଅଚେତ ହୋଇପଡିଥିଲେ । ତାଙ୍କୁ ଶ୍ରେଣୀ ଗୃହରେ ଛାଡି ଅନ୍ୟ ମାନେ ବାହାରକୁ ଚାଲିଯାଇଥିଲେ । ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହକୁ ତନତନ କରି ଦେଖିବା ସେମାନଙ୍କର ନୈତିକ କର୍ତ୍ତବ୍ୟ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଗେଟରେ ତାଲା ପକାଇ ଘରକୁ ପଳାଇଥିଲେ । ଏ ନେଇ ପୀଡିତ ଛାତ୍ରଙ୍କ ବାପା ଫୋନ କରିବାରୁ ପ୍ରଧାନଶିକ୍ଷକ କହିଥିଲେ ପିଲା ଘରକୁ ଯାଇଛନ୍ତି କିନ୍ତୁ ଦେଖିଲା ବେଳକୁ ଏମିତି ଅଘଟଣ ଘଟିଥିଲା ।