ସ୍ୱାସ୍ଥ୍ୟ

ବର୍ଷା ଦିନରେ ବଢ଼ିପାରେ ବ୍ଲଡ୍ ପ୍ରେସର ସମସ୍ୟା; କେମିତି କରିବେ ନିୟନ୍ତ୍ରଣ, ଜାଣନ୍ତୁ

ପାଣିପାଗର ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ବର୍ଷା ହେବା ମାତ୍ରେ ଅସୁସ୍ଥ ହେବାର ଆଶଙ୍କା ବଢିଯାଏ ।

ଏହି ଋତୁରେ, ବାୟୁମଣ୍ଡଳ ଆର୍ଦ୍ରତା ରହିବା ଯୋଗୁ ବ୍ଲଡ ପ୍ରେସର ମଧ୍ୟ ପରିବର୍ତ୍ତନ ହୋଇଥାଏ । ପୂର୍ବରୁ ମଧ୍ୟ ଏପରି ଅନେକ ସୂଚନା ରହିଛି ଯେ, ପାଣିପାଗର ପରିବର୍ତ୍ତନ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ତେଣୁ ଏହାକୁ ନେଇ ବିଶେଷ ଯତ୍ନ ନେବା ଉଚିତ୍ । ତାହେଲେ ଅସନ୍ତୁ ଜାଣିବା ଯେ ବର୍ଷା ଋତୁରେ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କଣ କରିବା ଉଚିତ୍‌ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୈସୁମୀ ସମୟରେ ବର୍ଷା ବଢିବା ସହ ତାପମାତ୍ରା ମଧ୍ୟ ପରିବର୍ତ୍ତନ ହୁଏ । ଯେଉଁ କାରଣରୁ ବ୍ଲଡ ପ୍ରେସର ମଧ୍ୟ କମ୍‌ ହୋଇପାରେ ।

ଏଥି ସହିତ ତାପମାତ୍ରା, ଆର୍ଦ୍ରତା, ଡିହାଇଡ୍ରେସନ୍ ଅସନ୍ତୁଳନ ହେତୁ ବ୍ଲଡ ପ୍ରେସର ନିୟନ୍ତ୍ରଣ ପ୍ରଭାବିତ ହୋଇପାରେ ।

ଏହା ବ୍ୟତୀତ ବର୍ଷା ଋତୁରେ ହାର୍ଟ ରୋଗୀମାନେ ମଧ୍ୟ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ରଖିବା ଉଚିତ ।

ଯେତେବେଳେ ବର୍ଷା ଋତୁ ଆରମ୍ଭ ହୋଇଥାଏ, ସେତେବେଳେ ଫିଜିକାଲ ଆକ୍ଟିଭିଟି ଏବଂ ଖାଇବା ଅଭ୍ୟାସ ବଦଳିଯାଏ । ପ୍ରବଳ ବର୍ଷା କିମ୍ବା ନିମ୍ନ ତାପମାତ୍ରା ହେତୁ ଫିଜିକାଲ ଆକ୍ଟିଭିଟି କମ୍‌ ହେବା ଯୋଗୁ ହାର୍ଟ ମଧ୍ୟ ପ୍ରଭାବିତ ହୋଇପାରେ । ଏପରି ଭାବେ ଖାଦ୍ୟ ପରିବର୍ତ୍ତନ କରିବା ଦ୍ୱାରା ବ୍ଲଡ ପ୍ରେସର ମଧ୍ୟ ପ୍ରଭାବିତ ହୋଇପାରେ ।

ମୈସୁମୀ ସମୟରେ ବ୍ଲଡ ପ୍ରେସରରେ ବହୁତ ପରିବର୍ତ୍ତନ ହୋଇଥାଏ । ଏହି ଋତୁରେ, ଦୁର୍ବଳ ଲୋକମାନେ ସଜାଗ ରହିବା ଆବଶ୍ୟକ । ବୃଦ୍ଧମାନଙ୍କଠାରେ ହାର୍ଟ ଆଟାକର ଆଶଙ୍କା ଅଧିକ ରହିଥାଏ । ଏହା ବ୍ୟତୀତ ହାଇ ବ୍ଲଡ ପ୍ରେସର କିମ୍ବା ହାର୍ଟ ରୋଗୀମାନେ ଏହି ଋତୁରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ।

ଡାଇବେଟିସ୍‌ ରୋଗୀମାନେ ଆର୍ଦ୍ରତା ଏବଂ ତାପମାତ୍ରାରେ ପରିବର୍ତ୍ତନ ହେତୁ ଡିହାଇଡ୍ରେସନ୍ ହେବାର ଆଶଙ୍କା ଅଧିକ ରହିଥାଏ । ଏପରି ଲୋକମାନେ ଖାଦ୍ୟ ଏବଂ ଶରୀରିକ କାର୍ଯ୍ୟକଳାପକୁ ନେଇ ମଧ୍ୟ ସଚେତନ ହେବା ଉଚିତ୍ ।

ମୈସୁମୀରେ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ କଣ କରିବା ଉଚିତ୍…

ଏହି ଋତୁରେ ନିୟମିତ ଭାବରେ ବ୍ଲଡ ପ୍ରେସର ଚେକ୍‌ କରିବା ଉଚିତ । ସଠିକ୍‌ ମାତ୍ରାରେ ପାଣି ପିଇବା ମଧ୍ୟ ବହୁତ ଜରୁରୀ । ଏହା ସହ ଏକ ହେଲଦି ଲାଇଫ୍‌ ଷ୍ଟାଇଲ ଏବଂ ହେଲଦି ଖାଦ୍ୟ ଡାଏଟ୍‌ ସାମିଲ କରିବା ଉଚିତ ।

ତେବେ କୌଣସି ପ୍ରକାରର ରୋଗ କିମ୍ବା ସମସ୍ୟା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ । ବର୍ଷା ଋତୁରେ ଏପରି ଭାବେ ଆପଣ ନିଜ ବ୍ଲଡ ପ୍ରେସର ସହ ଅନ୍ୟାନ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button