ସ୍ୱାସ୍ଥ୍ୟ

ଅନାର ଖାଇବା ଦ୍ଵାରା ଏହି 10 ରୋଗ ପାଖ ମାଡିବ ନାହିଁ

ଫଳ ଆମ ଶରୀର ପାଇଁ ଭଲ ହୋଇଥାଏ । କାରଣ ଏହା ସିଧା ସଳଖ ଭାବରେ ପ୍ରକୃତି ଠାରୁ ଆମ ପାଖକୁ ଆସିଥାଏ । ତେଣୁ ଏଥିରେ କୌଣସି ମିଶ୍ରଣ ହୋଇନଥାଏ । ସବୁ ପ୍ରକାର ଫଳରେ କିଛି ନା କିଛି ପୋଷକ ତତ୍ତ୍ଵ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ସେହିଭଳି ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଡାଳିମ୍ବ ଖାଇବା ଦ୍ଵାରା ଆମକୁ କେଉଁ ପ୍ରକାର ଫାଇଦା ସବୁ ମିଳିଥାଏ ଏବଂ କେଉଁ ପ୍ରକାର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ଡାଳିମ୍ବ ଖାଇବା ଦ୍ଵାରା ଆମ ପାଚନ ଶକ୍ତି ମଜବୁତ ହୋଇଥାଏ । ଏହା ଆମ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଡାଳିମ୍ବର ସେବନ କରିବା ଦ୍ଵାରା ଆଖି ମଧ୍ୟ ସୁସ୍ଥ ରହିଥାଏ । ଡାଳିମ୍ବ ଭିଟାମିନ-c ଏବଂ ଆଣ୍ଟି ଆକ୍ସିଡେଣ୍ଟର ଏକ ପ୍ରମୁଖ ସ୍ରୋତ ଅଟେ । ଯାହାକି ବଢୁଥିବା ସମୟ କ୍ରମେ ତ୍ଵଚାରେ ଯେଉଁ ବୟସର ଦାଗ ଆସିଥାଏ ତାହାକୁ କମ କରିଥାଏ ଏବଂ ଆପଣଙ୍କୁ ଆପଣଙ୍କ ବୟସ ତୁଳନାରେ ଯବାନ ଦେଖାଇବାରେ ସାହାର୍ଯ୍ୟ କରିଥାଏ ।

ପ୍ରତିଦିନର ଭୋଜନରେ ଗୋଟିଏ ଡାଳିମ୍ବ ନିହାତି ଭାବରେ ଖାଆନ୍ତୁ । ଡାଳିମ୍ବ ଦାନ୍ତ, କ୍ଷୟ, ପାଇରିଆ ଏବଂ ସୁଜନ ଇତ୍ୟାଦିକୁ କମ କରିଥାଏ । କହିବା ପାଇଁ ଗଲେ ଏହା ଦାନ୍ତ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ କମ କରିଦେଇଥାଏ । ଏହା ରକ୍ତ କୋଷ ଗୁଡିକୁ ସୁସ୍ଥ ରଖି ଭଲ ଭାବରେ ରକ୍ତ ପ୍ରବାହ କରାଇଥାଏ । ଡାଳିମ୍ବ ଆପଣଙ୍କ ଶରୀରରେ ବଢିଯାଇଥିବା ଟ୍ରାଇଗ୍ଲିସେରାଇଡକୁ କମ କରିଦେଇଥାଏ ।

ଡାଳିମ୍ବ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଅଧିକ ଫଳଦାୟୀ ହୋଇଥାଏ । ଏହା ରକ୍ତ ପ୍ରବାହକୁ ନିୟମିତ କରିବା ସହ ରକ୍ତ କୋଷ ଗୁଡିକ ପୋଷିତ କରିବାର କାର୍ଯ୍ୟ କରିଥାଏ ।ଡାଳିମ୍ବ ହାର୍ଟ ଆଟାକ ହେବାର ସମ୍ଭାବନାକୁ ମଧ୍ୟ ବହୁ ମାତ୍ରାରେ କମ କରିଦେଇଥାଏ । ଏହା ଖାଇବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବଢିଥାଏ । ରକ୍ତରେ ହିମୋଗ୍ଲୋବିନର ମାତ୍ରାକୁ ବଢାଇ ଦେଇଥାଏ ଡାଳିମ୍ବ ।

କ୍ୟାନସର ଭଳି ବଡ ରୋଗ ସହ ଲଢିବାର କ୍ଷମତା ଶକ୍ତି ଯୋଗାଇ ଦେଇଥାଏ ଡାଳିମ୍ବ । ଯେଉଁଲୋକ ମାନଙ୍କୁ ରକ୍ତହୀନତା, ଏବଂ ଏନିମିଆ ଭଳି ରୋଗ ହୋଇଥାଏ ସେମାନେ ଡାଳିମ୍ବ ଖାଇବା ଆବଶ୍ୟକ । ଗର୍ଭଧାରଣ କରିଥିବା ମହିଳା ମାନଙ୍କ ପାଇଁ ଏହା ଭଲ ହୋଇଥାଏ । କିନ୍ତୁ ଏହାର ଅଧିକ ସେବନ ମଧ୍ୟ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । ଏହା ଆପଣଙ୍କ ଶରୀରକୁ ଚିନ୍ତା ମୁକ୍ତ ରଖିଥାଏ ଆପଣଙ୍କୁ ଶାନ୍ତ ରଖିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ। ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button