ବିଜ୍ଞାନ

୨୦୦୦ ବର୍ଷ ପୁରୁଣା କମ୍ପ୍ୟୁଟର; ଗ୍ରହ, ଉପଗ୍ରହ, ନକ୍ଷତ୍ର ଗତିବିଧି ଉପରେ ରଖୁଥିଲା ନଜର

 ୨୦୦୦ ବର୍ଷ ପୁରୁଣା ଏକ ଜଟିଳ ଉପକରଣକୁ ନେଇ ବୈଜ୍ଞାନିକମାନେ ଏବେ ଦ୍ୱନ୍ଦ୍ୱରେ । ‘ଆଣ୍ଟିକାଇଥେରିଆ ମେକାନିଜମ୍’ ନାମରେ ପରିଚିତ ଏହି ଉପକରଣକୁ ‘ପ୍ରଥମ କମ୍ପ୍ୟୁଟର’ ମଧ୍ୟ କୁହାଯାଏ । ଖଗୋଳୀୟ କ୍ୟାଲେଣ୍ଡର ଭାବେ କାମ କରୁଥିବା ଏହି ଉପକରଣ ୧୯୦୧ ମସିହାରେ ଗ୍ରୀକ୍ ଜାହାଜ ଦୁର୍ଘଟଣାରେ ମିଳିଥିଲା । ତା’ପରଠୁ ଏହା ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

 

କମ୍ପ୍ୟୁଟରଟି ହସ୍ତ-ଚାଳିତ । ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ଏହା ଏକ ଘୂର୍ଣ୍ଣାୟମାନ ପ୍ରଣାଳୀର ଉପଯୋଗ କରୁଥିଲା । ଏକ କ୍ୟାଲେଣ୍ଡର ଭାବେ ଏହା ମଧ୍ୟ ଚନ୍ଦ୍ରର ଅବଧି ଏବଂ ଗ୍ରହଣ ଓ ପରାଗ ଆଦି ବିଷୟରେ ସୂଚନା ଦେଉଥିଲା । ସରଳ କାର୍ଯ୍ୟକଳାପ ସତ୍ତେ୍ୱ ଏହି ତନ୍ତ୍ର ପରବର୍ତ୍ତୀ ଅନେକ ହଜାର ବର୍ଷରେ ବିକଶିତ ଅନ୍ୟ ଯେକୌଣସି ଉପକରଣଠୁ ଉନ୍ନତ ଥିଲା ।

ବର୍ତ୍ତମାନ ଆଣ୍ଟିକାଇଥେରିଆ ମେକାନିଜମ୍ ୮୨ଟି ଭିନ୍ନ ଭିନ୍ନ ଖଣ୍ଡରେ ରହିଛି । ତନ୍ମଧ୍ୟରେ ୩୦ କଳଙ୍କି ଲାଗିଥିବା କାଂସ୍ୟ ଗିୟର୍ହ୍ୱିଲ ବି ରହିଛି । ଏହି ଖଣ୍ଡ ମୂଳ ଢାଞ୍ଚାର ଏକ ତୃତୀୟାଂଶ । ୟୁନିଭର୍ସିଟି କଲେଜ ଲଣ୍ଡନର ବୈଜ୍ଞାନିକମାନେ ଏହାକୁ ପ୍ରତିଭାବାନ ସୃଷ୍ଟି ବୋଲି କହିଛନ୍ତି । ଏହା କିପରି କାମ କରୁଥିଲା, ଜାଣିବା ପାଇଁ ସେମାନେ ୩ଡି କମ୍ପ୍ୟୁଟର ମଡେଲିଂର ପ୍ରୟୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ମ୍ୟାଟେରିଆଲ ସାଇଣ୍ଟିଷ୍ଟ୍ ଆଡାମ୍ ୱଜସିକ୍ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଏହି କମ୍ପ୍ୟୁଟରର ଅବଶେଷରୁ ଯାହା ତଥ୍ୟ ହାସଲ କରିଛନ୍ତି, ସେ ସବୁ ସହିତ ଆମର ୩ଡି ମଡେଲିଂର ତଥ୍ୟ ମେଳ ଖାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button