ଓଡିଶା

ୟୁପିଏସ୍‌ସି ବିରୋଧରେ ପୂଜାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: କ୍ଷମତାର ଦୁରୁପଯୋଗ, ଜାତିପ୍ରମାଣପତ୍ରରେ ଜାଲିଆତି, ବୟସ ଲୁଚାଇବା, ନାମ ଓ ଠିକଣା ପରିବର୍ତ୍ତନ କରି ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥର ପରୀକ୍ଷା ଦେଇଥିବା ଆଦି ମାମଲାରେ ଛନ୍ଦି ହୋଇଥିବା ବିବାଦୀୟ ଆଇଏଏସ୍‌ ପୂଜା ଖେଦକରଙ୍କ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସଦସ୍ୟତା ରଦ୍ଦ କରାଯାଇଛି। ଏହା ବିରୋଧରେ ପୂଜା ଖେଦକର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

 

ପୂଜାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କୋର୍ଟଙ୍କୁ ଜଣାଇଥିଲେ ଯେ ତାଙ୍କ ମହକିଲଙ୍କ ୟୁପିଏସ୍‌ସି ସଦସ୍ୟତା ରଦ୍ଦ ସୂଚନା ତାଙ୍କୁ ବିଧିବଦ୍ଧ ଭାବେ ହସ୍ତଗତ ହୋଇନାହିଁ। ଏଣୁ ତାଙ୍କୁ ଲିଖିତ ନିର୍ଦ୍ଦେଶ ଦିଆଯାଉ ଯଦ୍ବାରା ସେ ଯୋଗ୍ୟ ଟ୍ରିବୁନାଲ୍‌ଙ୍କ ଦ୍ବାରସ୍ଥ ହେବେ। ଏହି ସମୟରେ ୟୁପିଏସ୍‌ସି ପକ୍ଷରୁ କୋର୍ଟଙ୍କୁ ଜବାବ ଦିଆଯାଇଛି ଯେ ଆସନ୍ତା ଦୁଇଦିନ ମଧ୍ୟରେ ପୂଜାଙ୍କୁ ଏହି ନୋଟିସ୍‌ ପ୍ରଦାନ କରାଯିବ। ଉଭୟ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ପୂଜା ‘ୟୁପିଏସ୍‌ସି ସଦସ୍ୟତା ରଦ୍ଦ’ ପ୍ରସଙ୍ଗରେ କେନ୍ଦ୍ର ପ୍ରାଶାସନିକ ଟ୍ରିବୁନାଲ୍‌ର ଆଶ୍ରୟ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button