କ୍ରିକେଟ ପ୍ରେମୀଙ୍କ ପାଇଁ ସ୍ମରଣୀୟ ଅଗଷ୍ଟ ୧୫, ଜାଣନ୍ତୁ ଏହାପଛର କାରଣ କଣ ?

ନୂଆଦିଲ୍ଲୀ ୧୫।୦୮: ପୁରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଦେଶ ଦେଶବାସୀଙ୍କ ଖାସ୍ ଦିନ । ଏଥିରୁ କେମିତି ବାଦ ପଡିବ ଭାରତୀୟ କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଅଗଷ୍ଟ ୧୫ ବେସ୍ ସ୍ମରଣୀୟ । ଯଦିଓ ଟିମ୍ ଇଣ୍ଡିଆ ଅଗଷ୍ଟ ୧୫ରେ ଖେଳାଯାଇଥିବା ଅଧିକାଂଶ ମ୍ୟାଚ୍ ହାରିଛି , କିନ୍ତୁ କେବଳ ଥରେ ହିଁ ଜିତିଛି ମ୍ୟାଚ୍ ।ଏହବ୍ୟତୀତ ୧୫ ଅଗଷ୍ଟକୁ ଏକ ଅନ୍ୟ କାରଣ ପାଇଁ ମନେ ରଖିଥାନ୍ତି ଫ୍ୟାନ୍ସ । ଆଉ ଏହାର କନେକ୍ସନ୍ ଏକ ସ୍ୱତନ୍ତ୍ର ନମ୍ବର ସହିତ ରହିଛି । ଏହି ସଂଖ୍ୟା ହେଉଛି ‘୧୯୨୯’ । ଯାହା ଗତ ୪ବର୍ଷରେ ଭାରତୀୟ କ୍ରିକେଟରେ ଏକ ସ୍ମରଣୀୟ ହୋଇ ରହିଛି ।
ଏହି ସଂଖ୍ୟାର କାରଣ ହେଉଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ଏମଏସ ଧୋନି । ସେ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଥିଲେ ଅବସର । ଯାହା ପ୍ରଶଂସକଙ୍କ ଭାଙ୍ଗିଥିଲା ହୃଦୟ ।
ଏହାପରେ ଧୋନି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ- ‘ସବୁବେଳେ ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ୧୯୨୯ ଅର୍ଥାତ୍ ସନ୍ଧ୍ୟା ୭,୨୯ ସମୟରୁ ମୁଁ ଅବସରପ୍ରାପ୍ତ ବୋଲି ଭାବନ୍ତୁ ।
ତେବେ କେବଳ ଧୋନି ନୁହଁନ୍ତି, ତାଙ୍କର ଘନିଷ୍ଠ ବନ୍ଧୁ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ସେହି ଦିନ କିଛି ସମୟ ପରେ ଘୋଷଣା କରିଥିଲେ ଅବସର । ଯାହା କ୍ରିକେଟ ପ୍ରେମୀଙ୍କୁ ଦୁଖିତ କରିଥିଲା ।