ଓଡିଶା

ଭୟଙ୍କର ବଜ୍ରପାତ ! ୮ ଜଣଙ୍କ ଜୀବନ ଚାଲିଗଲା, ୫ ଗୁରୁତର

ପ୍ରାଣ ନେଇଗଲା ଘାତକ ବଜ୍ର। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। ଉଦବେଗର କଥା ହେଉଛି, ବିଲରେ କାମ କରୁଥିବାବେଳେ ଅନେକଙ୍କ ଜୀବନ ଯାଇଛି। ଭଦ୍ରକ ଆଗରପଡ଼ାରେ ବିଲରେ କାମ କଲାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ତ ବ୍ଲକ୍ ଚାରିଗାଁରେ ଜଣେ, ବାଲେଶ୍ୱର ଖଇରା ଥାନା ପଦୁନା ଗାଁର ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ନୀଳଗିରି ଓଲଡଙ୍ଗ୍ ଅଞ୍ଚଳରେ କାମ କରିବା ବେଳେ ଜଣଙ୍କର ପ୍ରାଣହାନୀ ହୋଇଥିବାବେଳେ ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ଜଣେ, ଭଦ୍ରକ ଚାନ୍ଦବାଲି ସଶିକାଦେଇପୁରରେ ବି ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button