ଓଡିଶା

ଗାଁକୁ ଯିବ ଶାସକ ଦଳ

ଭୁବନେଶ୍ବର: ବଜେଟକୁ ନେଇ ଗାଁକୁ ଯିବ ଶାସକ ଦଳ । ଲୋକଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ କରିବ ସଚେତନ । ଏନେଇ ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଆଉ ଚଳିତ ଥର ବଜେଟକୁ ବିଜେଡି ଐତିହାସିକ ବଜେଟ କହୁଥିବା ବେଳେ ବସ୍ତାନୀ ବଡ଼କୁ ପାଠ କମ କହି କଟାକ୍ଷ କରିଛି ବିଜେପି । ସେହିପରି ବଜେଟରେ କିଛି ନୂଆ ନଥିବା କହି ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

ମୋଦୀଙ୍କ ରାସ୍ତାରେ ନବୀନ । ଠିକ୍ ଯେମିତି କେନ୍ଦ୍ର ବଜେଟକୁ ନେଇ ସବୁ ରାଜ୍ୟରେ ବିଜେପି କରିଥିଲା ପ୍ରଚାର । ସେହି ଢଙ୍ଗରେ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ବିଜେପି କହିଲା ପାଠ କମକୁ ବସ୍ତାନୀ ବଡ଼ । ଫମ୍ପା ଆଓ୍ୱାଜ କହି କଟାକ୍ଷ କଲାଣି କଂଗ୍ରେସ । ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଯେଉଁଥିରେ ନୂଆ ୨୪ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି ।  ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଶିକ୍ଷା କ୍ଷେତ୍ରରେ ନୂଆ ଯୋଜନା ଆଣିଛନ୍ତି ସରକାର। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ । ଗୁରୁବାର ସମସ୍ତ ବିଧାୟକଙ୍କୁ ନବୀନ ନୀବାସକୁ ଡାକି ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ରଣା ଦେବା ପରେ ଏ ନେଇ ଖସଡ଼ା ତିଆରି ହୋଇଛି। ବଜେଟରେ ନିର୍ବାଚନୀ ଛୁଙ୍କ ଏମିତିରେ ଅଛି। ଆଉ ଏହାକୁ ଭୋଟ ବ୍ୟାଙ୍କରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଢୁଆଳରେ ଲୋକଙ୍କୁ ଅବଗତ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ସେପଟେ ରାଜ୍ୟବାସୀଙ୍କୁ ବଜେଟରେ ସୁନେଲି ସ୍ୱପ୍ନ ଦେଖା ଯାଇଥିବା କହିଛି ବିଜେପି । କେନ୍ଦ୍ର ଅନୁଦାନକୁ ରାଜ୍ୟ ସରକାର ହଡପ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏମିତି କି କୃଷକ ପାଇଁ ହେଉଥିବା ବଜେଟ୍‌ ଖର୍ଚ୍ଚ ହୋଇ ପାରୁନଥିବା କହିଛି ବିଜେପି। ଏପଟେ କଂଗ୍ରେସ ମଧ୍ୟ ଚଳିତ ବଜେଟକୁ ନେଇ କଡା ସମାଲୋଚନା କରିଛି । ଚାରି ବର୍ଷର ବଜେଟକୁ ଲକ୍ଷ୍ୟ କଲେ ପ୍ରତିବର୍ଷ ପ୍ରାୟ ୩୦ ପ୍ରତିଶତ ଖର୍ଚ୍ଚ ହେଉ ନାହିଁ। ଏମିତି କି  ରାଜ୍ୟର ଆୟ ପାଇଁ ମଧ୍ୟ ବଜେଟରେ କୈଣସି ବିଶେଷ ସୁବିଧା ନଥିବା କହିଛି କଂଗ୍ରେସ ।

ତେବେ ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବଜେଟରେ ସବୁ ବର୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ସରକାର । ବିଶେଷ କରି ମହିଳା ମାନଙ୍କ ପାଇଁ ସବୁ ବିଭାଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଉ ୨୪ ପାଇଁ ଜନମତକୁ ପ୍ରଭାବିତ କରିବାକୁ ବିକାଶର ବଜେଟ ବୋଲି କହୁଥିବା ବିଜେଡି ଲାଗି ଏହା କେତେଦୂର ଫାଏଦା ଦେବ, ଦେଖିବାକୁ ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button