ଓଡିଶା
ରାଜ୍ୟରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ : ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର,୨୪।୮ : ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ହଜାର କିଲୋମିଟର ରାସ୍ତାର ଉନ୍ନତି କରଣ କରିବେ ରାଜ୍ୟ ସରକାର । ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଅର୍ଥାତ ରାଜଧାନୀ ଭୁବନେଶ୍ବରକୁ ଭିଡ଼ ମୁକ୍ତ ପାଇଁ ମଧ୍ୟ ରାସ୍ତାର ଉନ୍ନତି କରାଯିବ । ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ । ପଟିଆରୁ ପାହାଳକୁ ରାସ୍ତା ହେବ ବୋଲି ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସେହିପରି ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ କରାଯିବ । ମାଉସୀମା ମନ୍ଦିରରୁ କଳ୍ପନା ଯାଏଁ ଉଡ଼ନ୍ତା ସେତୁ ପୂର୍ତ୍ତ ବିଭାଗ ନିର୍ମାଣ କରିବ ବୋଲି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି।