ଓଡିଶା

ନକଲି ମାଓବାଦୀ ଗିରଫ

ମାଲକାନଗିରି ପୋଲିସ ଜଣେ ନକଲି ମାଓବାଦୀକୁ ଗିରଫ କରିଛି। ମାଓବାଦୀ  ନାଁରେ ଟଙ୍କା ମାଗୁଥିବା ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏହି ନକଲି ମାଓବାଦୀକୁ ଗିରଫ କରିଛି। ଚଳିତ ମାସ ୯ ତାରିଖ ଦିନ କୋରକୋଣ୍ଡା ବ୍ଲକର ଏମଭି-୧୦୦ ଗ୍ରାମର ଅନିଲ ବରକନ୍ଦଜଙ୍କୁ ଏକ ଫୋନ ନମ୍ବରରେ କଲ ଆସିଥିଲା। ନିଜକୁ ମାଓବାଦୀ କମାଣ୍ଡର ଆର.ରାଜେଶ୍ବର ଟାରାଲ ବୋଲି ପରିଚୟ ଦେଇ ୨ ହଜାର ଟଙ୍କା ମାଗିଥିଲା। ଗତ ଏପ୍ରିଲ ୪ ତାରିଖରେ ମଧ୍ୟ ଆଉ ଏକ ଫୋନ ନମ୍ବରରରେ କଲ କରି ୫ ହଜାର ଟଙ୍କା ମାଗିଥିଲା। ଏନେଇ ମାଲକାନଗିରି ସଦର ଥାନାରେ ଏତଲା ପରେ ପୁଲିସ ତଦନ୍ତ କରି ଖୋର୍ଦ୍ଧା ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସନ୍ତୋସ କୁମାର ମହାନ୍ତି  ଅରଫ ପିଣ୍ଟୁକୁ ଗିରଫ କରିଛି। ସନ୍ତୋସ କେବଳ ଜଣକୁ ନୁହେଁ ଜିଲ୍ଲାର ବହୁ ଦୋକାନୀକୁ ମଧ୍ୟ ଫୋନ କରି ଧମକାଇବା ସହ ଟଙ୍କା ନଦେଲେ ହତ୍ୟା କରାଯିବା ନେଇ ଚେତାବନୀ ଦେଇଥିଲା। ମାଲକାନଗିରି ଜିଲ୍ଲାରେ ଏକ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଲୋକଙ୍କ ଠାରୁ ଲୁଟି ଥିବା ଜଣାପଡିଛି। ପୁଲିସ ସନ୍ତୋସକୁ ଗିରଫ କରିବା ପରେ ତାଙ୍କ ଠାରୁ ୩ଟି ମୋବାଇଲ, ଗୋଟିଏ ସିମ କାର୍ଡ ,୩ଟି ଏଟିଏମ କାର୍ଡ, ଗୋଟିଏ ମେମୋରି କାର୍ଡ ଜବତ କରିଥିବା ନେଇ ଏସଡିପିଓ ସଚିନ ପଟେଲ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button