ଓଡିଶା
ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ବର: ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ଅନୁଷ୍ଠିତ ହୋଇଥିବା ପରେଡରେ ୪୩ କଣ୍ଟିଜେଣ୍ଟ ଯୋଗଦେଇଛନ୍ତି। ଚଳିତ ଥର ପରେଡରେ ନେତୃତ୍ୱ ଯୁବ ଆଇପିଏସ ଭୋଷଲେ ଶୁଭମ ସଞ୍ଜୟ ନେଇଥିଲେ । ଝାଡଖଣ୍ଡ ପୁଲିସ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ପୁରାଣ୍ଡି ସାହିରେ ପାଣି ସମସ୍ୟା କେବେ ସୁଧୁରିବ?
୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୁଲିସ, କମିଶନରେଟ ଟ୍ରାଫିକ ପୁଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି।