ଓଡିଶା

ରାଜ୍ୟରେ ୫୯ଟି ଏଚ୩ଏନ୨ ଭୂତାଣୁ ଚିହ୍ନଟ

ଭୁବନେଶ୍ବର – ଓଡ଼ିଶାରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୨୨୫ଟି ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍‌୩ଏନ୍‌୨ ପଜିଟିଭ ଭୂତାଣୁ ଚିହ୍ନଟ ହୋଇଛି।ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର -ଆରଏମ୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି। ଏଚ୍‌୩ଏନ୍‌୨ ବା ହଂକଂ ଫ୍ଲୁ ଭାଇରସରେ କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଇଥାଏ । ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ। ଜ୍ବର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି ଲକ୍ଷଣ ଦେଖାଯାଏ ।ଏଥି ସହିତ ଯଦି ଶ୍ବାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ବର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର।ଆଇସିଏମ୍‌ଆର ଅନୁସାରେ ରୋଗ ପ୍ରତିଷେଧକ ଶକ୍ତି କମ ଥିବା ବୟସ୍କ ଲୋକ ଓ ରୋଗୀଙ୍କ ଠାରେ ଏହି ଲକ୍ଷଣ ଅଧିକ ଦେଖାଯାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button