କ୍ରୀଡା

ଚତୁର୍ଥ ଟେଷ୍ଟ: ଗିଲଙ୍କ ଶତକ ପରେ କୋହଲିଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆକୁ ଭାରତର ଦୃଢ଼ ଜବାବ

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ଚମକିଛନ୍ତି ଭାରତୀୟ ଯୁବ ଓପନର ଶୁଭମାନ ଗିଲ୍ । ଗିଲ୍ କ୍ୟାରିୟରର ଦ୍ବିତୀୟ ଟେଷ୍ଟ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆକୁ ଦୃଢ ଜବାବ ଦେଇଛି ଭାରତ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସ୍କୋର ୪୮୦ ରନ୍ ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ତିନି ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଛି । ବିରାଟ କୋହଲି ମଧ୍ୟ ସିରିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ବିରାଟ କୋହଲି ୫୯ ରନ୍ କରି ଅପରାଜିତ ରହିଥିବା ବେଳେ ରବୀନ୍ଦ୍ର ଜାଡେଜା ୧୬ ରନ୍ କରି ବ୍ୟାଟିଂ କରୁଛନ୍ତି । ଭାରତ ଏବେ ଅଷ୍ଟ୍ରେଲିଆ ଠାରୁ ଆଉ ୧୯୧ ରନ୍ ପଛରେ ରହିଛି ।

ମଧ୍ୟାହ୍ନ ଭୋଜନ ବିରତି ପରେ ଗିଲ୍ ନିଜ ଶତକ ପୂରଣ କରିଥିଲେ। ଗିଲ୍ ୧୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୩୫ ବଲରେ ୧୨୮ ରନ୍ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ | ଗିଲ୍ ଶତକ ପୂରଣ କରିବା ପରେ ଚେତେଶ୍ୱର ପୂଜାରା ଆଉଟ୍ ହୋଇଯାଇଥିଲେ । ତାଙ୍କୁ ଟଡ୍ ମର୍ଫି ଏଲବିଡବ୍ଲୁ ଆଉଟ୍ କରିଥିଲେ | ପୂଜାରା ୪୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଗିଲ-ପୂଜାରା ଦ୍ବିତୀୟ ଓ୍ବିକେଟରେ ୧୧୩ ରନ୍ ଭାଗିଦାରୀ ଥିଲା |

ଏହାପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୬/୦ରୁ ଆଗକୁ ଖେଳିଥିଲା। ରୋହିତ ଶର୍ମା ୩୫ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହାପରେ ଗିଲ୍ ଓ ପୂଜାରା ପାଳି ସମ୍ଭାଳିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button