ଓଡିଶା

ଲିଙ୍କ୍‌ ନାହିଁ: ୩ଦିନ ହେଲା ଅଚଳ ଡାକଘର

ଭୁବନେଶ୍ବର: ଡାକଘରଗୁଡ଼ିକରେ ତିନିଦିନ ହେଲା ଲିଙ୍କ୍‌ ନଥିବାରୁ କାରବାର ହୋଇପାରୁ ନାହିଁ। ଲୋକେ ଡାକଘରକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ଫେରୁଛନ୍ତି। ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ୍‌ ନଥିବା ଜଣାପଡିଛି। ପ୍ରତି ଡେସ୍କ ସମ୍ମୁଖରେ ଲିଙ୍କ୍‌ ନଥିବା ସାଇନ ବୋର୍ଡ ମରାଯାଇଥିବାବେଳେ କର୍ମଚାରୀ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି।

ଦୂର ଦୂରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବାକୁ ଆସି ଫେରିଯାଉଛନ୍ତି। ତିନି ଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ଡାକଘରେ ଟଙ୍କା ଦେଣନେଣ ବାଧାପ୍ରାପ୍ତ ହୋଇଛି। ଲିଙ୍କ୍‌ ନଥିବା ଯୋଗୁ ଏହି ଅବ୍ୟବସ୍ଥା ଦେଖାଦେଇଛି। ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସିପିଏମ୍‌ଜିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button