କ୍ରାଇମ

ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ: ଭୁଜାଲି ଆକ୍ରମଣରେ ବାପ ଓ ନାବାଳିକା ଗୁରୁତର – Utkal Mail


ସୋର: ଏକତରଫା ପ୍ରେମକୁ ନେଇ ଜଣେ ଯୁବକର ଭୁଜାଲି ଆକ୍ରମଣରେ ବାପା ଓ ନାବାଳିକା ଝିଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋପାଳପୁର ଥାନା କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଜଣେ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକ ତାଳପଦା ଗ୍ରାମର ମାଉଁ ମଳିକଙ୍କ ପୁଅ ନବୀନ ମଳିକ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲେ। ଝିଅ ରାଜି ନହେବାରୁ ତାଙ୍କୁ ଏକ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଖବର ପାଇ ନାବାଳିକାଙ୍କ ବାପା ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ଯୁବକଜଣଙ୍କ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିବାରୁ ଉଭୟ ବାପ ଝିଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଣେ ଅଭିଯୁକ୍ତ ନବୀନ ଫେରାର ଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button