ଗଂଜାମ ବଲାଡି ଗାଁ ନିକଟ ରାସ୍ତା କଡ଼ରେ ଅଗ୍ନିକାଣ୍ଡ, ବଡ଼ ଧରଣର ଅଘଟଣରୁ ବର୍ତିଯାଇଥିଲେ ଗାଁ ଲୋକେ

ଗଂଜାମ : ଗଂଜାମ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଲାଡି ଗାଁ ନିକଟ ରାସ୍ତା କଡ଼ରେ ଅଗ୍ନିକାଣ୍ଡ । ଗାଁ ଭିତରକୁ ନିଆଁ ଧରିବା ପୂର୍ବରୁ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ଟାଳିଦେଲେ ଭଂଜନଗର ଅଗ୍ନିଶମ ବାହିନୀ । ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ । ଯାହା ଫଳରେ ରାସ୍ତା କଡରେ ଜମା ହୋଇଥିବା ଧାନଗଦା ଏବଂ ଗାଁ ଭିତରକୁ ନିଆଁ ଧରିବା ପୂର୍ବରୁ ଏକ ବଡ଼ ଧରଣର ଅଘଟଣରୁ ବର୍ତିଯାଇଥିଲେ ଗାଁ ଲୋକେ ।
ତେବେ କୌଣସି ଅସାମାଜିକ ବ୍ୟକ୍ତି, ରାସ୍ତା କଡରେ ଥିବା ପାଳ ଗଦାରେ ନିଆଁ ଲଗାଇ ଦେବାରୁ ତାହା ଜଳିଜଳି ରାସ୍ତା ତମାମ ଅଗ୍ନିକାଣ୍ଡ ହେବା ସହ ବହୁ ସଂଖ୍ୟକ ବଡବଡ ଗଛ ଜଳି ଯାଇଥିଲା । ସେହିପରି ଦୁଇ ଦିନ ପୂର୍ବରୁ ବ୍ରହ୍ମପୁର ଉପକଣ୍ଠ ଲାଠୀ ଗାଁ ଛକରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ଗାଁର ମୁଖ୍ୟ ବଜାର ଛକରେ ଥିବା ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା । ପ୍ରଥମେ ଏକ ଜଳଖିଆ ଦୋକାନରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ତିନୋଟି ଦୋକାନକୁ ମଧ୍ୟ ବ୍ୟାପିଥିଲା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।