ଧର୍ମ

କଳିଯୁଗର ଅନ୍ତ କେମିତି ଘଟିବ ? ସତ୍ୟଯୁଗ କେବେ ଠାରୁ ଆରମ୍ଭ ହୋଇବ ?

ବନ୍ଧୁଗଣ ଆମ ହିନ୍ଦୁଗ୍ରନ୍ଥଅନୁସାରେ ସମୟକୁ ୪ଟି ଯୁଗରେ ବଣ୍ଟା ଯାଇଛି । ଯଥା ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ଵାପରଯୁଗ, କଳିଯୁଗ । ବର୍ତ୍ତମାନ ଆମେ କଳିଯୁଗରେ ଅଛୁ । କଳିଯୁଗ ଅର୍ଥାତ ଏକ ଏମିତି ଯୁଗ ଯେଉଁ ଯୁଗରେ ମନୁଷ୍ୟ ଜାତିର ମନ ଅସନ୍ତୋଷ ଦ୍ଵାରା ଭରପୁର ରହିବ । ସମସ୍ତେ ମାନସିକ ରୂପରେ ଦୁଃଖୀ ରହିବା ସହ ଧର୍ମରେ କେବଳ ଏକ ଚଥୁର୍ଥାଂଶ ହିଁ ରହିବେ । ବର୍ତ୍ତମାନ ଚାରିଆଡେ ଅହଂକାର, ପ୍ରତିଶୋଧ, ଲୋଭ ଓ ଆତଙ୍କ ହିଁ ଦେଖିବାକୁ ମିଳୁଛି । ପୁରାଣରେ କଳିଯୁଗକୁ ମନୁଷ୍ୟ ପାଇଁ ଅଭିଶାପ ବୋଲି କୁହାଯାଇଛି ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯୁଗର ଏହି ପରିବର୍ତ୍ତନର ୨୨ ତମ ଚକ୍ର ଚାଲୁଅଛି । ଭଗବତ ଗୀତା ଅନୁସାରେ ପରିବର୍ତ୍ତନ ସୃଷ୍ଟିର ନିୟମ ଅଟେ । କିନ୍ତୁ କଳିଯୁଗ ବର୍ତ୍ତମାନ ୫୦୦୦ ବର୍ଷ ପୁରା କରିଛି ଓ ଏହାକୁ ସମାପ୍ତ ହେବା ପାଇଁ ଆହୁରି ବି ଲକ୍ଷ ଲକ୍ଷ ବର୍ଷ ବାକି ଅଛି । ତେବେ ଚିନ୍ତା କରନ୍ତୁ କି କଳିଯୁଗ ଯେତେବେଳେ ନିଜର ଚରମ ସୀମାରେ ଥିବ ସେହି ସମୟରେ ପୃଥିବୀ ଉପରେ କ’ଣ କ’ଣ ହେଉଥିବ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି କଳିଯୁଗର ଅନ୍ତ କେମିତି ହେବ ? ଯାହାର ବର୍ଣ୍ଣନା ମହାଭାରତରେ କରାଯାଇଛି । ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ କଳିଯୁଗର ଅନ୍ତ ସମୟରେ ବଡ ବଡ ଯୁଦ୍ଧ ହେବ । ଭାରି ବର୍ଷା ହେବ । ଅଧିକ ଗରମ ହେବ । ଲୋକମାନେ ଚୋରୀ ଅଧିକ କରିବେ । ଅପରାଧୀମାନେ ନିଜକୁ ହିଁ ମାରିବେ । ଏହା ପରେ ଶ୍ରୀକୃଷ୍ଣ ଆଗକୁ କହିଲେ କି କଳିଯୁଗରେ ଯେତେବେଳେ ପାପ ଚରମ ସୀମାରେ ଥିବ ଓ ପୃଥିବୀ ଲୋକରୁ ଚରମ ଧର୍ମ ସମାପ୍ତ ହୋଇଯିବ ।

ତେବେ ମୁଁ ସେହି ସମୟରେ କଳକି ଅବତାର ନେଇ ଏହି ପୃଥିବୀକୁ ପାପରୁ ମୁକ୍ତ କରିବି ଓ ଏହା ପରେ ଯେଉଁ ଯୁଗ ଆରମ୍ଭ ହେବ ତାହା ସତ୍ୟଯୁଗ କୁହାଯିବ । ପୃଥିବୀ ଲୋକ ଉପରେ ପୁଣି ଥରେ ଧର୍ମ ରହିବ । ମନୁଷ୍ୟ ଭୌତିକ ସୁଖ ଜାଗାରେ ମାନସିକ ସୁଖ ଉପରେ ଧ୍ୟାନ ଦେବ । ପରସ୍ପର ମଧ୍ୟରେ କୌଣସି ବି ଘୃଣା ରହିବ ନାହିଁ । ଚାରିଆଡେ କେବଳ ପ୍ରେମ ହିଁ ପ୍ରେମ ରହିବ ।

ମାନବତାର ପୁନଃ ସ୍ଥାପନା ହେବ । ଲୋକମାନେ ପୂଜା କାର୍ଯ୍ୟରେ ପୁଣିଥରେ ଲିପ୍ତ ରହିବେ । ସତ୍ୟଯୁଗରେ ମନୁଷ୍ୟ ନିଜର ତପସ୍ୟା ବଳରେ ଭଗବାନ ସହ ସମ୍ପର୍କ ସ୍ଥାପନ କରି ପାରିବ । ସତ୍ୟଯୁଗରେ ଆତ୍ମା ପରମାତ୍ମା ସହ ମିଶିଯିବା ଦ୍ଵାରା ସମସ୍ତେ ସୁଖି ରହିବେ । ଅର୍ଥାତ ସତ୍ୟଯୁଗକୁ ସ୍ଵର୍ଣ୍ଣ ଯୁଗ କୁହାଯିବ ।

କିନ୍ତୁ ସତ୍ୟଯୁଗ ଆସିବାକୁ ଆହୁରି ବି ସମୟ ଲାଗିବ । କିନ୍ତୁ ଗ୍ରନ୍ଥରେ ଏହି କଥାର ବର୍ଣ୍ଣନା ମିଳିଥାଏ କି କଳିଯୁଗରେ ଯେଉଁମାନେ ଧର୍ମକର୍ମରେ ବିଶ୍ଵାସ କରିବେ ତାଙ୍କୁ ସତ୍ୟଯୁଗ ଭଳି ହିଁ ସୁଖ ପ୍ରାପ୍ତି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button