; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ଯାହା ଆଶ୍ଚର୍ଯ୍ୟ ଚକିତ ଲାଗିବା ସହ ଭୟଭୀତ ମଧ୍ୟ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଚିନ୍ତା କରନ୍ତୁ ରାତିରେ ବାଇକ୍ରେ ଯାଉଥିବା ସମୟରେ ମଝି ରାସ୍ତାରେ ହଠାତ୍ ଯଦି ସିଂହ ଆସିଯାଏ, ଅବସ୍ଥା କ’ଣ ହେବ ।
ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟ ଲାଗିବା ସାଧାରଣ କଥା।
ନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ସୋମନାଥର ଏକ ଗଳି ରାସ୍ତାରେ ଏକ ସିଂହ ବୁଲୁଛି । ସେହି ସମୟରେ ରାସ୍ତାରେ ଏକ ଦମ୍ପତି ବାଇକ୍ରେ ଯାଉଥିବା ସମୟରେ ସିଂହର ସାମ୍ନାସାମ୍ନି ହୋଇଯାଇଛନ୍ତି । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି। ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ସୌଭାଗ୍ୟବଶତଃ ଦମ୍ପତି ଜଣଙ୍କ ସିଂହକୁ ସାମ୍ନାରେ ଦେଖିବା ମାତ୍ରେ ତୁରନ୍ତ ବାଇକ୍ ଫୋପାଡି ଦୌଡିବାକୁ ଲାଗିଲେ। କିଛି ସମୟ ପରେ ସିଂହ ମଧ୍ୟ ସେମାନଙ୍କ ପଛେ ପଛେ ଯାଉଥିବା ଭିଡିଓରେ କଏଦ ହୋଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।