କ୍ରାଇମ

ଚୋରି କରିବା ପରେ ଚପଲ ଛାଡ଼ିଆସିବାରୁ ପୁଣି ଘର ଭିତରକୁ ଯାଇଥିଲେ ଯୁବକ, ଛେଚିଲେ ଲୋକେ – Utkal Mail


ଲକ୍ଷ୍ନୌ: ଚୋରି କରିବା ପରେ ଚପଲ ଛାଡ଼ିଆସିବାରୁ ପୁଣି ଘର ଭିତରକୁ ଯାଇଥିଲେ ଯୁବକ। ଛେଚିଲେ ଲୋକେ। ୟୁପିର ମିରଟରେ ଚୋରିର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପ୍ରବେଶ କରିଥିବା ଜଣେ ଚୋର ଜିନିଷ ଚୋରି କରି ଘର ବାହାରକୁ ଚାଲି ଆସିଥିଲେ। ହେଲେ ପରେ ଚପଲ ଛାଡ଼ି ଆସିଥିବା ଜାଣି ସେ ପୁଣି ଥରେ ଚୋରି କରିଥିବା ଘରକୁ ଯାଇଥିଲା, ଯାହା ତାଙ୍କୁ ଫସାଇ ଦେଇଥିଲା। ଚପଲ ଆଣିବାକୁ ଘର ଭିତରକୁ ଯିବା ପରେ ଲୋକମାନେ ତାଙ୍କୁ ଧରି ମାଡ଼ ମାରିଥିବା ଜଣାଯାଇଛି। ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସର କହିବା ମୁତାବକ, ଘଟଣାଟି ମିରଟର ଲୋହିଆ ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ରହୁଥିବା ମହଫୁଜ ମଙ୍ଗଳବାର ନିଜ ଶଶୁର ଘରକୁ ଯାଇଥିଲେ। ଘର ବନ୍ଦ ଥିବାରୁ ବୁଧବାର ୩ଜଣ ଚୋର ତାଙ୍କ ଘର ଭିତରକୁ ପଶିଥିଲେ। ଜିନିଷ ଚୋରି କରି ୩ଜଣ ଚୋର ଘରର ପାଚେରୀ ଡେଇଁ ବାହାରକୁ ଆସିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଘର ଭିତରେ ଚପଲ ଛାଡ଼ି ଆସିଥିବା ଜାଣିପାରିଥିଲେ। ଏଥିପାଇଁ ସେ ପୁଣି ଥରେ ପାଚେରୀ ଡେଇଁ ଘର ଭିତରକୁ ଯିବା ସମୟରେ ପଡୋଶୀଙ୍କ ନଜର ଚୋର ଉପରେ ପଡ଼ିଥିଲା। ଅଭିଯୁକ୍ତକୁ ଦେଖି ପଡୋଶୀମାନେ କାବୁ କରିବା ସହ ନିସ୍ତୁକ ପିଟିଥିଲେ। ଏହା ପ‌ରେ ଅଭିଯୁକ୍ତକୁ ପୁଲିସର ଜିମା ଦିଆଯାଇଥିଲା ବୋଲି ଜଣାପଡ଼ିଛି।

ତେବେ ପୁଲିସ ଏବେ ପ୍ରଥମ ଅଭିଯୁକ୍ତ ସାହାଯ୍ୟରେ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ଏବଂ ଚୋରି ହୋଇଥିବା ଜିନିଷ ଜବତ କରିଛି।




Related Articles

Leave a Reply

Your email address will not be published. Required fields are marked *

Back to top button