କ୍ରାଇମ
କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ

ବରଗଡ଼: କଦଳୀ ବିକାଳିଙ୍କ ସନ୍ଦେହଜନକ ମୃତ୍ୟୁ । ଡ୍ରେନ୍ କଡ଼ରୁ ଉଦ୍ଧାର ହେଲା ମୃତଦେହ । ବରଗଡ଼ ସହର ସ୍ଥିତ ଲେଙ୍ଗୁ ମିଶ୍ର ଛକ ଡ୍ରେନ କଡ଼ରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ଟାଉନ ଥାନା ପୋଲିସ । ମୃତକ ହେଉଛନ୍ତି ବିଶିପଡାର ଶଙ୍କର ତାଣ୍ଡି । ଶଙ୍କର କଦଳୀ ବିକ୍ରି କରି ପରିବାର ପୋଷଣ କରୁଥିଲେ ।
ଗତକାଲି ରାତିରୁ ଶଙ୍କର ନିଖୋଜ ଥିଲେ । ଆଜି ସକାଳେ ତାଙ୍କ ମୃତ ଶରୀର ବରଗଡ ସ୍ଥିତ ଲେଙ୍ଗୁ ମିଶ୍ର ଛକ ସ୍ଥିତ ଡ୍ରେନରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନ ପୋଲିସ । ମୁତ୍ୟୁର କାରଣ ଜଣାପଡ଼ି ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଯାଇଛି ।