କ୍ରାଇମ

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଛି ନିଶାବେପାର ।  ପୁଣି ବାରିପଦାରେ ବ୍ରାଉନସୁଗାର ବିକ୍ରି ଅଭିଯୋଗ ହୋଇଛି । ବାରିପଦା ଚିପଟଅସ୍ତିଆ ଅଞ୍ଚଳରୁ ଗତକାଲି ବାରିପଦା ଟାଉନ ଥାନା ପୋଲିସ ୫ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ।

ଗିରଫ ବ୍ୟକ୍ତି ଜଣକ ବାରିପଦା ଚିପଟଅସ୍ତିଆ ଅଞ୍ଚଳର ସୁମନ୍ତ ପଲେଇ । ସୁମନ୍ତଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ୍‌‍ କରିଛି ପୋଲିସ । ଗତକାଲି ରାତିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢାଉକରି ବ୍ରାଉନସୁଗାର ସମେତ ସୁମନ୍ତକୁ ଗିରଫକରିଥିଲା ।

ଜବତ ବ୍ରାଉନସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି । ବ୍ରାଉନସୁଗାର କେଉଁଠୁ ଆସୁଥିଲା ଆଉ ସୁମନ୍ତ କେଉଁମାନଙ୍କୁ ବିକ୍ରି କରୁଥିଲା ଏନେଇ ଖୋଲତାଡ କରୁଛି ପୋଲିସ । ବାରିପଦା ଟାଉନଥାନା ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button