ମନୋରଞ୍ଜନ

ରୁପେଲି ପରଦାରେ ଧମାଲ କରିବା ପାଇଁ ପ୍ରସ୍ତୁତ ପିଲ୍ମ ‘ପୁଷ୍ପା-୨’, ଏହି ଦିନ ହେବ ରିଲିଜ

ମୁମ୍ଵାଇ ୦୯।୧୦: ଫିଲ୍ମ ‘ପୁଷ୍ପା ୨’ ରୁଲ୍’ ୱାର୍ଲ୍ଡ ୱାଇଡ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଫିଲ୍ମର ନିର୍ମାତାମାନେ ସେମାନଙ୍କର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଭାଗ ଆନୁଷ୍ଠାନିକ ଭାବେ କନଫର୍ମ ହୋଇଛି ।ଅଲୁ ଅର୍ଜୁନ ପୁଣି ଥରେ ତାଙ୍କ ଚମତ୍କାର ଅବତାରରେ ନଜର ଆସିବେ ।

ପ୍ରଶଂସକମାନେ ତାଙ୍କୁ ପୁଷ୍ପାରାଜ ଭାବରେ ଦେଖିବାକୁ ଆଗ୍ରହୀ ଅଛନ୍ତି। ଏହି ଫିଲ୍ମ ୬ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

‘ପୁଷ୍ପା ୨: ରୁଲ’ ରିଲିଜ୍ ପାଇଁ ପ୍ରସ୍ତୁତ

୨୦୨୪ ବର୍ଷ ଭାରତୀୟ ସିନେମା ପାଇଁ ଚତ୍ମକାର ବର୍ଷ ବୋଲି ପ୍ରମାଣିତ ହୋଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅନେକ ଚଳଚ୍ଚିତ୍ର ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି । ବର୍ତ୍ତମାନ ‘ପୁଷ୍ପା ୨: ରୁଲ୍’ ଚଳିତ ବର୍ଷ ଶେଷରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଅଛି। ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଏହି ଚଳଚ୍ଚିତ୍ରରେ ବହୁତ କିଛି ସସ୍ପେନ୍ସ, ରହିଛି । ପୁଷ୍ପା ୨ର କ୍ରେଜ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି।

ନିର୍ମାତାମାନେ ପ୍ରତିଶୃତି ଦେଇଥିଲେ

ରିଲିଜ୍ ତାରିଖ ଘୋଷଣା କରି ନିର୍ମାତାମାନେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ପୁଷ୍ପା ୨ ଦି ରୁଲର ପ୍ରଥମ ଭାଗଟି ସମ୍ପୂର୍ଣ୍ଣ, ନିଆଁରେ ପରିପୂର୍ଣ୍ଣ। ପୁଷ୍ପା ଭାରତୀୟ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛି। ସେ ଭାରତୀୟ ସିନେମାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button