କ୍ରୀଡା

IPL ୱିନର ଟିମ୍ ଙ୍କୁ କେତେ ମିଳିବ ପ୍ରାଇଜ୍ ମନି ? ପ୍ରଥମ ସିଜିନରେ କେତେ ଟଙ୍କା ପାଇଥିଲେ ଚମ୍ପିୟାନ ଦଳ ?

ଆସନ୍ତା ମେ’ 28 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ IPL 2023 ର ଫାଇନାଲ ମ୍ଯାଚ । ଚେନ୍ନାଇ ସୁପର କିଙ୍ଗସ୍ ଫାଇନାଲ ଟିକେଟ ହାତେଇ ସାରିଥିବା ବେଳେ ମୁମ୍ବାଇ ଏବଂ ଗୁଜୁରାଟ ମଧ୍ୟରୁ ଗୋଟିଏ ଦଳ ଫାଇନାଲକୁ ଯିବ । ଏଭଳି ସ୍ଥଳେ ବିଜୟୀ ଦଳ କେତେ ଟଙ୍କା ପ୍ରାଇଜ ମନି ପାଇବେ ଆସନ୍ତୁ ଜାଣିବା ।

2008 ରେ IPL ର ପ୍ରଥମ ସିଜିନରେ ଚମ୍ପିୟାନ ହୋଇଥିଲା ରାଜସ୍ଥାନ ରୟାଲ୍ସ । ସେତେବେଳେ 4 କୋଟି 80 ଲକ୍ଷ ଟଙ୍କା ପ୍ରାଇଜ ମନି ପାଇଥିଲା ରାଜସ୍ଥାନ । ସେହିପରି ରନର୍ସ ଅଫ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ଙ୍କୁ ମିଳିଥିଲା 2 କୋଟି 40 ଲକ୍ଷ ଟଙ୍କା । IPL ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ବିଜନେସ କରୁଥିବା ବେଳେ ସେବେ ଠାରୁ ଏବେ ପର୍ଯ୍ୟନ୍ତ IPL ପ୍ରାଇଜ ମନିରେ ପାଞ୍ଚ ଗୁଣା ବୃଦ୍ଧି ହୋଇଛି ।

ଏଭଳି ସ୍ଥଳେ IPL 2023 ରେ ଚମ୍ପିୟାନ ଦଳକୁ 20 କୋଟି ଟଙ୍କା ମିଳିବ । ସେହିପରି ରନର୍ସ ଅଫ୍ ଟିମ୍ କୁ 13 କୋଟି ଟଙ୍କା ମିଳିବ ଏବଂ ପ୍ଲେ-ଅଫ୍ ରୁ ବାହାର ହେଉଥିବା ଅନ୍ୟ ଦୁଇଟି ଟିମ୍ କୁ 7 କୋଟି ଟଙ୍କା ଲେଖାଏଁ ଦିଆଯିବ

Related Articles

Leave a Reply

Your email address will not be published. Required fields are marked *

Back to top button