ଓଡିଶା

ଆଜିଠୁ ଖୋଲିବ କୁଲଡିହା ଅଭୟାରଣ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ବାଲେଶ୍ଵର: ଆଜିଠୁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କୁଲଡିହା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ। ମୁଖ୍ୟ ଗେଟରେ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ମିଷ୍ଟାନ୍ନ ଖୁଆଇବେ ବନ କର୍ମଚାରୀ।

ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ନନ୍ଦନକାନନରୁ ଆସିଥିବା ହରିଣଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ହାତୀ, ଭାଲୁ, ଗୟଳ, ବାଘ, ହରିଣ, ନୀଳଗାଈ, କୁଟାରି, ବାର୍‌ହା ପ୍ରଭୃତି ବନ୍ୟଜନ୍ତୁଙ୍କ ସହ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀ ବାସ କରୁଛନ୍ତି। ଏହାକୁ ଦେଖି ଭରପୁର ଆନନ୍ଦ କରିବେ ପର୍ଯ୍ୟଟକ।

ଅଭୟାରଣ୍ୟରେ ଥିବା ପଶୁପକ୍ଷୀଙ୍କୁ ନିକଟରୁ ଦେଖିବା ତଥା ଜଙ୍ଗଲ ଭିତରେ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରି ଫଟୋ ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଥି ପାଇଁ ବାଲେଶ୍ବର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଅଭୟାରଣ୍ୟର ଗୋହିରାଭୋଳ ଏବଂ ରିସିଆ ନେଚର ପାର୍କ ଅଞ୍ଚଳକୁ ଚାକଚକ୍ୟ କରାଯାଇଛି। ସୁସ୍ଵାଦୁ ଖାଦ୍ୟ ସହିତ ରାତ୍ରୀ ରହଣୀ ପାଇଁ ମଧ୍ୟ ଟେଣ୍ଟ୍ ବ୍ୟବସ୍ଥା କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button