ଓଡିଶା

ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍ , କଟିଗଲା ଯୁବତୀଙ୍କ ହାତ

ଭୁବନେଶ୍ୱର : ମୋ ବସ୍ ଧକ୍କାରେ ଯୁବତୀ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଛି । ଦୁର୍ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀଙ୍କ ହାତ ଉପରେ ବସ୍‌ ଚଢିଯିବାରୁ ତାଙ୍କ ହାତ କଟି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଯୁବତୀ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ମୋ ବସକୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି । ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍‌କୁ ଅଟକାଇଛନ୍ତି ଲୋକେ ।

ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ପରେ ଗାଡି ଛାଡି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button