ଓଡିଶା

ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା

ଟକ ୭।୧୧: ଉପର ପଡିଆରେ ହେବ ବାଲିଯାତ୍ରା । ହାଇକୋର୍ଟରେ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା । ଆସନ୍ତାବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ରାୟରେ ଦର୍ଶାଇଛନ୍ତି ।

ତେବେ ବାଲିଯାତ୍ରା ସମୟରେ ସହରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବ । ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ହାଇକୋର୍ଟ ନିଷେଧ କରିଛନ୍ତି । ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଗାଡି ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ପ୍ରଶାସନ କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button