ଓଡିଶା

୨୦ ଦିନ ପରେ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାଲିଗଲା ଆଉ ଜଣେ ବୃଦ୍ଧଙ୍କ ଜୀବନ

ହୀଧରପୁର: ବଅଁରପାଳ ଥାନା ସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗ୍ରାମର ପ୍ରଫୁଲ ସାହୁ (୬୨) ଗତକାଲି ରାତି ଆଠଟା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l ଖବର ପାଇ ବନଅଧିକାରୀ ଏବଂ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି l

ପ୍ରଫୁଲ ସାହୁ ତାଙ୍କ ଘର ପାଖ ଜମିକୁ ହାତୀ ଧାନ ଖାଉଥିବା ଖବର ପାଇ ହାତୀକୁ ଘଉଡ଼ାଇବା ପାଇଁ ବିଲକୁ ଯାଉଥିଲେl ହାତରେ ଟାୟାର ଧରିଥିଲେ ଏବଂ ଖେତ ମୁଣ୍ଡରେ ପହଞ୍ଚି ଟାୟାରରେ ନିଆଁ ଲଗାଉଥିଵା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେl

ସୂଚନା ମୁତାବକ, ପ୍ରଫୁଲ ସାହୁ ତାଙ୍କ ଘର ପାଖ ଜମିକୁ ହାତୀ ଧାନ ଖାଉଥିବା ଖବର ପାଇ ହାତୀକୁ ଘଉଡ଼ାଇବା ପାଇଁ ବିଲକୁ ଯାଉଥିଲେl ହାତରେ ଟାୟାର ଧରିଥିଲେ ଏବଂ ଖେତ ମୁଣ୍ଡରେ ପହଞ୍ଚି ଟାୟାରରେ ନିଆଁ ଲଗାଉଥିଵା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେl ଅନ୍ୟ ପକ୍ଷରେ ସନ୍ଧ୍ୟା ସମୟରେ ମା ଲୋଭୀ ଠାକୁରାଣୀଙ୍କ ପଛ ପାର୍ଶ୍ୱରେ ତେପନଟି ହାତୀ ଥିବା ବେଳେ କିଛି ହାତୀ ଆମନା ସଞ୍ଜପଡ଼ା ପଳାଇଥିବା ବେଳେ ଆଉ କିଛି ହାତୀ ଉକ୍ତ ଅଞ୍ଚଳରେ ଘୁରି ବୁଲୁଛନ୍ତି l ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି l ଲୋକମାନେ ସନ୍ଧ୍ୟା
ହେଲେ ଘରୁ ବାହାରି ପାରୁନାହାନ୍ତିl ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି l

ସୂଚନାଯୋଗ୍ୟ, ସେହି ଅନୁଗୁଳ ଜିଲ୍ଲା ପୋକୁଣ୍ଡା ସେକ୍ସନ ମାଣିକଯୋଡ଼ି ଗାଁର ବଟକୃଷ୍ଣ ନାଏକ (୬୫) ଗତ ମାସ ୨୦ ତାରିଖରେ ସକାଳୁ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବା ସହ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ହାତୀ ଥିବା ଖବର ସ୍ଥାନୀୟ ଫରେଷ୍ଟରଙ୍କୁ ଜଣାଇଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନଥିବାରୁ ଏଭଳି ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button