ଓଡିଶା

ଜୁନ ୨୨ରେ ବଲାଙ୍ଗୀର ବନ୍ଦ ଡାକରା, ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ପ୍ରସ୍ତୁତି ବୈଠକ

ବଲାଙ୍ଗୀର : ଆମ ସମାଜରେ ଜାତି ଜାତି, ଧର୍ମ ଧର୍ମ ରୁ ଆହୁରି ବଡ ବିଭେଦ ମହିଳା ଓ ପୁରୁଷ ସମାଜ ମଧ୍ୟରେ ରହିଛି । ଗୀତା ଭାଗବତ, କୁରାନ ଓ ବାଇବେଲର ପବିତ୍ର ସଂଦେଶ ମଧ୍ୟ ସମାଜରେ ନାରୀକୁ ତାର ପ୍ରକୃତ ହକ ଦେଇ ପାରି ନାହିଁ । ଅନେକ କ୍ଷେତ୍ରରେ ପୁରୁଷ କୈନ୍ଦ୍ରିକ ସମାଜ ନାରୀକୁ କେବଳ ଏକ ବସ୍ତୁରେ ପରିଣତ କରିଛି । ଉଦ୍ଦେଶ୍ୟ ହାସଲ ହେଲା ପରେ ଅଳିଆ ଗଦାରେ ଫିଙ୍ଗି ଦେଉଛି । ବିଭୀନ୍ନ କାରଣରୁ ପୁରୁଷ ସମାଜ ଦ୍ୱାରା ଦଳିତ ନଷ୍ପେସିତ ମହିଳାଙ୍କୁ ଆଇନ ଅଦାଲତ ମଧ୍ୟ ନ୍ୟାୟ ଦେଇ ପାରୁ ନଥିବା ଅନେକାଂଶରେ ଦେଖିବାକୁ ମିଳୁଛି । ତେବେ ଏଭଳି ସ୍ଥିତିରେ ନାରୀସମାଜକୁ ହିଁ ନାରୀ ମାନଙ୍କ ହକ ଓ ନ୍ୟାୟର ଲଢେଇ ଲଢିବାକୁ ହେବ । ଜିଲ୍ଲାର ନାରୀ ସମାଜକୁ ଏକ୍ କରି ବିଭୀନ୍ନ ମହିଳାଙ୍କ ପାଇଁ ନ୍ୟାୟ ଦାବୀ ନେଇ ପଶ୍ଚିମ ଓଡିଶା ମହିଳା ସଂଗଠନ ଆସନ୍ତା ଜୁନ ୨୨ ତାରିଖରେ ବଲାଙ୍ଗିର ବନ୍ଦ ପାଇଁ ସମର୍ଥନ ଲୋଡିବ । ଏଥିରେ ବଲାଙ୍ଗିର ସମସ୍ତ ଜନସାଧାରଣ, ସାମାଜି. ବ୍ୟବସାୟୀକ ଓ ରାଜନୈତିକ ଅନୁଷ୍ଠାନକୁ ସହେଯାଗ କରିବା ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ ଆହ୍ୱାନ କରିଛନ୍ତି ।

ପିଡିତା ମହିଳାଙ୍କୁ ନ୍ୟାୟ ଓ ମହିଳାମାନଙ୍କ ସୁରକ୍ଷା ସମସ୍ୟାକୁ ନେଇ ଆସନ୍ତା ଜୁନ ୨୨ ତାରିଖରେ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ବନ୍ଦର ଡାକରା ଦେଇଥିଲା । ସେହିକ୍ରମରେ ଆଜି ସ୍ଥାନୀୟ ଯାଦବ ଭବନ ଠାରେ ସଂଗଠନ ପକ୍ଷରୁ ଏ ସଂକ୍ରାନ୍ତିୟ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରି ସହର ତଥା ଜିଲ୍ଲାର ବିଭିନ୍ନ ସାମଜିକ ସଂଗଠନମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବିଭୀନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଥିଲା । ସଭା ପ୍ରାରମ୍ଭରୁ ସଂଗଠନର ସଭାନେତ୍ରି ଶ୍ରୀମତି ନନ୍ଦ ଜିଲ୍ଲା ତଥା ରାଜ୍ୟରେ ନାରୀମାନଙ୍କ ଅବସ୍ଥା ଉପରେ ବଖାଣୀ ଥିଲେ । ବିଭିନ୍ନ ବ୍ୟବସ୍ଥା ସତ୍ୱେ ନାରୀ ମାନେ ଘରେ, ବାହାରେ, ଅଫିସ କେଉଁଠି ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ । ଅମାନବୀୟ ଆକ୍ରମଣ ଓ ଦୁଷ୍କର୍ମ ଶିକାର ହୋଇ ପ୍ରାଣ ହରାଇ ଥିବା ଈତିଶ୍ରୀ, ପରି, ବେବିନା, କୁନ୍ଦୁଲି ପିଡିତା ମମିତା ଓ ସୁଯ୍ୟକାନ୍ତୀ ଏଯାଏଁ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ସ୍ନେହଲତା ବର୍ବର ହତ୍ୟାକାଣ୍ଡକୁ ଦିର୍ଘ ୮ ବର୍ଷ ପୁରି ଯାଇଥିଲେ ସୁଦ୍ଧା ଏଯାଏଁ ଘଟଣାର ଚାର୍ଜସିଟ ମଧ୍ୟ ଦାଖଲ ହୋଇପାରି ନାହିଁ । ସେହିପରି ଭୀମ ଭୋଇ ମେଡିକାଲ କଲେଜରେ ଜୀବନ ହରାଇଥିବା ଡାକ୍ତରି ଛାତ୍ରୀ ନିରୁପମା ନନ୍ଦ, ଯୁବଦୋୟ କଲେଜ ଛାତ୍ରୀ ଆଶା ମେହେର ଓ ବଙ୍ଗୋମୁଣ୍ଡା ବ୍ଲକର ପୁଜା ଜୈନ ଘଟଣା ଏବେ ବି ଅସମାହିତ ହୋଇରହିଛି । ଏସବି ଘଟଣାରେ ପିଡିତାମାନଙ୍କୁ ନ୍ୟାୟ ଦାବୀରେ ସଂଗଠନ ଆସନ୍ତ ୨୨ ତାରିଖରେ ବଲାଙ୍ଗିର ବନ୍ଦର ଡାକରା ଦେଇଛି । ସଂଗଠନ ବଲାଙ୍ଗିର ସହର ଓ ଜିଲ୍ଲାର ସମସ୍ତ ଅଗ୍ରଣୀ ସଂଗଠନ ସହ ଯୋଗାଯୋଗ କରି ସହ ଯୋଗ ଲୋଡି ଏହି ବନ୍ଦକୁ ସଫଳ କରିବ ବୋଲି ଶ୍ରୀମତି ନନ୍ଦ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦିକା ସୁଷମା ବଏ, ସହ ସଂପାଦିକା ସୁନୀତା ଭୋଇଙ୍କ ସମେତ ଟିଟିଲାଗଡ ଗରିବ ସେନାର ବିରେନ୍ଦ୍ର ବାଗ, ସୁବାଷ ଛତର, ବିନୋଦ ମୁଗ୍ରୀ, ଆଗଲପୁରର ସୁରେଶ ମହାନନ୍ଦ, ସଇଁନ୍ତଳାର ଦ୍ରୋପଦୀ ଦାସ, ସୁଷମା ବଏ, ପୁଇଁନ୍ତଳା ସୁଲୟା ସୁନା ଓ ବଲାଙ୍ଗିର ର ଜ୍ୟୋତିଶ ମୁଗ୍ରୀ, ଦୀନେଶ ନାଗ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button