ଦେଶ ବିଦେଶ

କେବଳ ଘନକୁହୁଡ଼ି ନୁହେଁ ‘ଚଳନ୍ତା ନିମୋନିଆ’ ସହ ଲଢୁଛି ଦିଲ୍ଲୀ

ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଗତ କିଛି ଦିନ ଧରି କ୍ରମାଗତ ଭାବରେ ‘ଗମ୍ଭୀର’ ବର୍ଗରେ ରହି ଆସୁଥିବା ବେଳେ ଏହା ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ବି ପ୍ରଭାବିତ କରିଥିଲା। ଖରାପ ବାୟୁ ହେତୁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଏହି ସଙ୍କଟ ମଧ୍ୟରେ ଜାତୀୟ ରାଜଧାନୀର ଡାକ୍ତରଖାନାଗୁଡ଼ିକର ପ୍ରବଳ ବାୟୁ ପ୍ରଦୂଷଣ ସହ ଜଡିତ ଶ୍ୱାସକ୍ରିୟା ଜନିତ ରୋଗର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଏମିତି ଏକ ରୋଗ ହେଉଛି “ଚଳନ୍ତା ନିମୋନିଆ”। ଏହା ଫୁଲ-ବ୍ଲୋନ୍‌ ନିମୋନିଆ ଅପେକ୍ଷା କମ୍ ଗୁରୁତର ଅଟେ। ଏହି ନିମ‌ୋନିଆରେ କ୍ତରଖାନାରେ ଭର୍ତ୍ତି ହେବା ସାଧାରଣତଃ ଆକଶ୍ୟକ ପଡ଼େ ନାହିଁ। ଯେଉଁ କାରଣରୁ ଏହାର ନାମ ଡାକ୍ତରମାନେ ‘ଚଳନ୍ତା ନିମୋନିଆ’ ବା ‘ୱାକିଂ ନିମୋନିଆ’ ନାମ ଦେଇଛନ୍ତି।

ଏହି ‘ଚଳନ୍ତା ନିମୋନିଆ’ ସାଧାରଣତଃ ମାଇକୋପ୍ଲାଜ୍‌ମା ନିମୋନିଆ ନାମକ ଏକ ସାଧାରଣ ଜୀବାଣୁ ଦ୍ବାରା ହୋଇଥାଏ। ଏହି ଜୀବାଣୁ ଦ୍ବାରା ହେଉଥିବା ସଂକ୍ରମଣ ସାଧାରଣତ ସାମାନ୍ୟ। କିନ୍ତୁ କେତେକ କ୍ଷେତ୍ରରେ ଭୟଙ୍କର ହୋଇପାରେ। ଏହା ପ୍ରାୟତଃ ଏକ ଶାରୀରିକ ପରୀକ୍ଷା କିମ୍ବା ଏକ୍ସ-ରେ ଦ୍ୱାରା ନିର୍ଣ୍ଣୟ କରାଯାଏ।

‘ଚଳନ୍ତା ନିମୋନିଆ’ରେ ଜ୍ୱର, ଗଳା ଯନ୍ତ୍ରଣା ଏବଂ କାଶ ଭଳି ଲକ୍ଷଣ ଦେଖାଯାଏ। ‘ଚଳନ୍ତା ନିମୋନିଆ’ ଆକ୍ରାନ୍ତମାନେ ସମାନ୍ୟ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରନ୍ତି। ଏହି ସଂକ୍ରମଣ ୩-୫ ଦିନ ମଧ୍ୟରେ ରହିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ବାରା ‘ଚଳନ୍ତା ନିମୋନିଆ’ ବିସ୍ତାର ହୋଇପାରେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button