କ୍ରୀଡା

ଅଷ୍ଟ୍ରେଲିଆ ସହ ଲଢ଼ିବା ପାଇଁ ଗୌତମ ଗମ୍ଭୀରଙ୍କୁ ଏହି ଉପଦେଶ ଦେଲେ ରବି ଶାସ୍ତ୍ରୀ

: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ପର୍ଥରେ ଆରମ୍ଭ ହୋଇଯାଇଛି । ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମା‌ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂସେତେଟା ଭଲ ନଥିଲା। ଗତ ଦୁଇ ଗସ୍ତରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ନିଜ ଦେଶରେ ପରାସ୍ତ କରିଛି। ଏଥର ମଧ୍ୟ ସେଭଳି କିଛି ଭାରତ କରିବ ବୋଲି ଆଶା ଥିଲା। ହେଲେ ପ୍ରଥମ ମ୍ୟାଚରେ ହିଁ ଭାରତର ପ୍ରଦର୍ଶନ ନିରାଶ କରିଛି। ଏମଧ୍ୟରେ ପୂର୍ବ ଭାରତୀୟ କୋଚ୍ ରବି ଶାସ୍ତ୍ରୀ ବର୍ତ୍ତମାନର କୋଚ୍ ଗୌତମ ଗମ୍ଭୀରଙ୍କୁ ଏକ ଉପଦେଶ ଦେଇଛନ୍ତି।

ସେ କହିଛନ୍ତି, “ସିରିଜ୍ ଚାଲିଥିବା ବେଳେ ଗମ୍ଭୀରଙ୍କୁ ଶାନ୍ତ ରହିବା ଜରୁରୀ। ରାଗରେ କୌଣସି ବୟାନ ଦେବା ସମସ୍ୟା ଆଣିପାରେ। ଏବେ ଗମ୍ଭୀର ଶାନ୍ତ ରହି ନିଜ ଖେଳାଳିଙ୍କୁ ବୁଝିବାକୁ ଚେଷ୍ଟା କରିବା ଜରୁରୀ। ଖେଳାଳି କିଭଳି ଭଲ ପ୍ରଦର୍ଶନ କରିପାରିବେ, ତାଙ୍କର ଦୁର୍ବଳତା କ’ଣ, ତାଙ୍କର ସମସ୍ୟା କ’ଣ ସେ ସବୁ ଜାଣିବା ଉଚିତ୍। ବାହାରେ କ’ଣ ଚର୍ଚ୍ଚା ଚାଲିଛି ତା’ ଦ୍ବାରା ପ୍ରଭାବିତ ନହୋଇ ଗମ୍ଭୀରଙ୍କୁ ଏବେ ଟିମ୍ ଉପରେ ଧ୍ୟାନ ଦେବା ଉଚିତ୍।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button