କ୍ରାଇମ

ଅଘଟଣ ଦୁର୍ଘଟଣା: ପାଣିରେ ବୁଡ଼ି ଦୁଇ ଛାତ୍ରୀ, ବିଷ ପିଇ ଦୁଇ ମୃତ – Utkal Mail


ବାଲେଶ୍ୱର/ବାହାନଗା/ଗୋପାଳପୁର: ବାଘା ଯତୀନ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦର ଥାନା ଓଡ଼ଙ୍ଗୀ ଗ୍ରାମର ବିଶ୍ୱଜିତ ଦାଶଙ୍କ ଝିଅ ତପସ୍ୱିନୀ (୧୩) ଏବଂ ପଞ୍ଚମ ଶ୍ରେଣୀରେ ପଢୁଥିବା ସନ୍ତୋଷ ଦାଶଙ୍କ ଝିଅ ତନୁଶ୍ରୀ (୧୨) ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସକା​ଳ ପ୍ରାୟ ୯ଟା ବେଳେ ଦୁହେଁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତନୁଶ୍ରୀର ଗୋଡ଼ ଖସିଯିବାରୁ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପୋଖରୀ ତୁଠରେ ଉଭୟଙ୍କ ପୋଷାକ ଦେଖି ପରିବାର ଓ ଗାଁ ଲୋକେ ଦୁହିଁଙ୍କୁ ପୋଖରୀରୁ ଉଦ୍ଧାର କରି ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ବାହାନଗା ବ୍ଲକ୍‌ ଗୋପାଳପୁର ଥାନା କଲ୍ୟାଣୀ ଶଙ୍ଖସାହିରେ ବିମ୍ବାଧର ଜେନା (୬୫) ଓ ନୂଆପୁର ପଞ୍ଚାୟତ ପିଞ୍ଛାପାଳ ଗ୍ରାମର ଜାପାନ ଦାସଙ୍କ ପତ୍ନୀ ହୀରାବତୀ ଦାସ (୭୦) ଦୁଇଦିନ ପୂର୍ବରୁ ବିଷ ପିଇ ଦେଇଥିଲେ। ବାଲେଶ୍ବର ମେଡିକାଲ କଲେଜ ହସ୍‌ପିଟାଲ​ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଏ ନେଇ ଗୋପାଳପୁର ଥାନାରେ ପୃଥକ୍‌ ଦୁଇଟି ୨୧/୨୦୨୩, ୨୦/୨୩ରେ ମାମଲା ରୁଜୁ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button