ଭାରତ ହସିନାଙ୍କୁ ହସ୍ତାନ୍ତର କରୁ: ୟୁନୁସ୍

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଳଗାତାର ଆକ୍ରମଣ, ବିଭିନ୍ନ ସ୍ଥାନରେ ହିନ୍ଦୁ ବିରୋଧୀ ହିଂସା ଏବଂ ହିୁନ୍ଦ ସାଧୁଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଭାରତର ଉଦ୍ବେଗକୁ ବାଂଲାଦେଶ ବେଖାତିର୍ କରିଚାଲିଛି। ଆଜି ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଶେଖ୍ ହସିନାଙ୍କ ଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଶେଖ୍ ହସିନାଙ୍କ ସରକାର ଦେଶର ସାମ୍ବିଧାନିକ ଓ ନ୍ୟାୟିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ବୁଧବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ୟୁନୁସ୍ ଏହି ମନ୍ତବ୍ୟ ଦେଇଛନ୍ତି। ସାମ୍ବିଧାନିକ ଓ ନ୍ୟାୟିକ ସଂସ୍କାର ସରିବା ପରେ ହିଁ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ୮୪ ବର୍ଷୀୟ ୟୁନୁସ କହିଛନ୍ତି।
ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ‘ପ୍ରଚାର’ କହିଲେ
ଭାରତର ଉଦ୍ବେଗକୁ ବାଂଲାଦେଶର ବେଖାତିର
ଅର୍ଥନୀତି, ପ୍ରଶାସନ, ଅମଲାତନ୍ତ୍ର ଓ ନ୍ୟାୟପାଳିକାରେ ବ୍ୟାପକ ସଂସ୍କାର ଆବଶ୍ୟକ। ଏହାବ୍ୟତୀତ କୋର୍ଟଙ୍କ ରାୟ ଆସିବା ପରେ ଭାରତକୁ ଶେଖ ହସିନାଙ୍କୁ ହସ୍ତାନ୍ତର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି)ରେ ହସିନାଙ୍କ ବିରୋଧରେ ଚାଲିଥିବା ଶୁଣାଣିର ରାୟ ଆସିବା ପରେ ଭାରତକୁ ଆନୁଷ୍ଠାନିକ ପ୍ରତ୍ୟର୍ପଣ ଦାବି କରାଯିବ ବୋଲି ୟୁନୁସ୍ କହିଛନ୍ତି। ରାୟ ପ୍ରକାଶ ପାଇବା ପରେ ଏବଂ ଦଣ୍ଡାଦେଶ ଚୂଡ଼ାନ୍ତ ହେବା ପରେ ଆମେ ତାଙ୍କୁ ହସ୍ତାନ୍ତର କରିବାକୁ ଭାରତକୁ ଆନୁଷ୍ଠାନିକ ଅନୁରୋଧ କରିବୁ ବୋଲି ସେ କହିଛନ୍ତି। ଏ ନେଇ ଦୁଇ ଦେଶ ମଧ୍ୟରେ ଏକ ଅନ୍ତର୍ଜାତୀୟ ଆଇନ ରହିଛି, ଯାହା ଅନୁଯାୟୀ ଭାରତକୁ ଏହାକୁ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତାକୁ ୟୁନୁସ୍ ପ୍ରତ୍ୟାଖ୍ୟାନ କରିବା ସହ ଏହା କେବଳ ଏକ ‘ପ୍ରଚାର’ ବୋଲି କହିଛନ୍ତି। ଏଭଳି ଚିନ୍ତା ପଛରେ କୌଣସି ବଳିଷ୍ଠ ଆଧାର ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟମାସରେ ଶେଖ୍ ହସିନା କ୍ଷମତାରୁ ହଟିବା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଏବେ ଅତି ତିକ୍ତ ହୋଇଛି। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ଆକ୍ରମଣକୁ ନେଇ ଭାରତ ଚିନ୍ତା ପ୍ରକଟ କରି